ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ନଭେମ୍ବର ୪ତାରିଖରେ ଦୁଇଦିନିଆ ଗସ୍ତରେ ପଶ୍ଚିମବଙ୍ଗ ଗସ୍ତରେ ଯିବାର ସମ୍ଭାବନା ରହିଛି । ଏହି ଗସ୍ତ ସମୟରେ ଶ୍ରୀ ପଟ୍ଟନାୟକ ପୂର୍ବାଂଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀ ପଟ୍ଟନାୟକଙ୍କ ପଶ୍ଚିମବଙ୍ଗକୁ ଏହା ପ୍ରଥମ ସରକାରୀ ଗସ୍ତ ହେବ । ମିଳିଥିବା ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ୫ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ କୋଲକାତାସ୍ଥିତ ରାଜ୍ୟ ସଚିବାଳୟ(ନବାନ୍ନା)ରେ ପୂବାଂଚଳ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମମତା ବାନାର୍ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଯୋଗ ଦେବାର ସମ୍ଭାବନା ଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅବଗତ କରାଯାଇନଥିବା ଜଣାପଡ଼ିଛି । ଏହି ପୂର୍ବାଂଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୪ତାରିଖରେ ଦୁଇଦିନିଆ କୋଲକାତା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଶ୍ରୀ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ମମତା ୨ଦିନିଆ ଚେନ୍ନାଇ ଗସ୍ତରେ ଯାଇ ୩ରେ କୋଲକାତା ଫେରି ଆସିବାର କାର୍ଯ୍ୟକ୍ରମ ଥିବାବେଳେ ୪ରେ ନବୀନଙ୍କୁ କୋଲକାତା ବିମାନ ବନ୍ଦରରେ ମମତାଙ୍କ ମନ୍ତ୍ରିମଣ୍ଡଳର ବରିଷ୍ଠ ମନ୍ତ୍ରୀ ସ୍ୱାଗତ କରିବେ ବୋଲି ସୂଚନା ମିଳିଛି ।






More Stories
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..
ୟୁଟ୍ୟୁବର ହତ୍ୟା ମାମଲା:୩ ଗିରଫ, ଛୁରୀ ଜବତ…..