ରିପୋର୍ଟ କାର୍ଡ / ଭୁବନେଶ୍ୱର
ମନ୍ତ୍ରୀ ଓ ନେତାଙ୍କ ଛାତିରେ ଛନକା | ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଫେରିଲେ ହେବ ମନ୍ତ୍ରିମଣ୍ଡଳ ଅଦଳ ବଦଳ | ଏହାକୁ ନେଇ ମନ୍ତ୍ରୀ ନେତାଙ୍କ ମଧ୍ୟରେ ଭୟ ପଶିଯାଇଛି | କିଏ ବିଦା ହେବେ ଆଉ କିଏ ରହିବେ ସେନେଇ ପୱାର କରିଡରରେ ପଡ଼ିଲାଣି କଥା | ମେ ପ୍ରଥମ ସପ୍ତାହରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବାନେଇ ପୂର୍ବରୁ ବିଶେଷ ସୂତ୍ରରୁ ଜଣା ପଡିଥିଲା | ଦକ୍ଷତା , ଆନୁଗତ୍ୟ ଓ ଅଭିଜ୍ଞାତା ମନ୍ତ୍ରୀ ପଦର ମାପକାଠି କୁ ନେଇ ହେବ ନାଁ ୨୦୧୪ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ନୂଆ ଫର୍ମୁଲା ଆପଣାଇବେ ନବୀନ | ଏହା ଉପରେ ରହିଛି ସମସ୍ତଙ୍କ ନଜର | ମନ୍ତ୍ରୀମାନଙ୍କ ପଦର୍ଶନ ରିପୋର୍ଟର ସମୀକ୍ଷା ଶେଷ ହୋଇଥିବା ଜଣାପଡିଛି | ମାସିକ ଗସ୍ତ, ନିଜ ବିଭାଗର ୫ ଟି କାର୍ଯ୍ୟ କିଭଳି ଚାଲୁଛି, ବିଭାଗରେ ଚାଲୁଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ଆଗାମୀ ଯୋଜନା କଣ ରହିଛି ସେନେଇ ସମୀକ୍ଷା ହୋଇଛି | ଚର୍ଚ୍ଚା ହେଉଛି ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ଼ର ସମୀକ୍ଷା ସହ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ପ୍ରସ୍ତୁତ ହୋଇସାରିଛି | ସେପଟେ ବିଜେଡ଼ିକୁ ଘାରିଛି ସଂଗଠନ ଚିନ୍ତା | ବଦଳିବେ ପର୍ଯ୍ୟ ବ୍ୟକ୍ଷକ ଓ ଛାମୁଆ ସଂଗଠକ | ନବୀନ ଦିଲ୍ଲୀରୁ ଫେରିବା ପରେ ଦଳର ହେବ ନବକଳେବର | ଏହାକୁ ନେଇ ଚର୍ଚ୍ଚା ଜୋରଧରିଛି କି ଦଳର ବିବାଦୀୟ ମନ୍ତ୍ରୀ ମାନେ ବଦଳିବା ସମ୍ଭାବନା ରହିଛି | ପାଖାପାଖି ଦଳର ୧୦ ମନ୍ତ୍ରୀ ବାଦ ପଡିବ କଥା କୁହାଯାଉଥିବା ବେଳେ କେଉଁ ମାନେ ନବୀନଙ୍କ ମଣ୍ଡଳରେ ସାମିଲ ହେବେ ସେମାଙ୍କ ପ୍ରସ୍ତୁତ ଶେଷ ହୋଇସାରିଛି | ଜିଲ୍ଲା କଥା ଯଦି କୁହାଯିବ କେନ୍ଦୁଝର, ଯାଜପୁର ଏବଂ କେନ୍ଦ୍ରାପଡା ନବୀନଙ୍କ ମନ୍ତ୍ରୀମଣ୍ଡରେ ଅଧିକ ଗୁରୁତ୍ୱ ଦେବାନେଇ ଚର୍ଚ୍ଚା ହେଉଛି | ଅପରପକ୍ଷରେ ନୂଆ ବିଧାୟକ ମଧ୍ୟ ମନ୍ତ୍ରୀମଣ୍ଡରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି |
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….