Report Card Odisha

| Daily Odia News

ଖୋର୍ଦ୍ଧା-ପୁରୀରେ ନବୀନଙ୍କ ମାରାଥନ ପ୍ରଚାର…

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ମତଦାନ ୨୫ ତାରିଖରେ ଅନୁଷ୍ଠିତ ହେବ | ସେଥିପାଇଁ ୩ ପ୍ରମୁଖ ଦଳ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର ଜୋରଦାର ଚଳାଇଛନ୍ତି। ବାକି ଦୁଇଟି ପର୍ଯ୍ୟାୟ ପାଇଁ ବିଜେଡ଼ିର ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ମାରାଥନ ପ୍ରଚାର କରୁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀଙ୍କର ମାରାଥନ ପ୍ରଚାରରେ ପ୍ରଥମେ ସ୍ୱତନ୍ତ୍ର ହେଲିକପ୍ଟରରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପହଂଚିବା ପରେ ହାବେଳି ପଡିଆରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ଆଶୀର୍ବାଦ ଲୋଡିବେ। ଏହାପରେ ନୟାଗଡ ଷ୍ଟାଡିୟମରେ ପହଂଚି ପ୍ରଚାର କରିବେ। ଶେଷରେ ପୁରୀ ତାଳବଣିଆରେ ନିର୍ବାଚନୀ ସଭାରେ ଯୋଗ ଦେବେ ଏବଂ ପରେ କଟକ ଅଭିମୁଖେ ଯାଇ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Breaking News