Report Card Odisha

| Daily Odia News

କରୋନା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ପରମର୍ଶ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପରିସ୍ଥିତିର ସମୀକ୍ଷା କରି ଅକ୍ସିଜେନ ବ୍ୟବସ୍ଥା ଥାଇ କୋଭିଡ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଯଦିଓ ଏବେ ଅକ୍ସିଜେନ କି ଶଯ୍ୟାର ଅଭାବ ଦେଖା ଦେଇ ନାହିଁ, ତେବେ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ମୂଲ୍ୟବାନ ଜୀବନ ରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅଧିକାଂଶ ବେଡ୍ ପାଇଁ ଅକ୍ସିଜେନ ବ୍ୟବସ୍ଥା କରାଯାଉ। ରାଜ୍ୟରେ ଔଷଧର କୌଣସି ଅଭାବ ନ ଥିଲେ ମଧ୍ୟ ଆଗାମୀ ଦିନରେ ଆବଶ୍ୟକତା ବୃଦ୍ଧି ପାଇବ। ଏଥିପ୍ରତି ମଧ୍ୟ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ବୈଠକରେ ନବୀନ କହିଛନ୍ତି, କିଛି ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ଆମ ରାଜ୍ୟକୁ ପ୍ରବାସୀ ଫେରିବେ। ଏଥପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବିନା ଲକ୍‌ଡାଉନ୍‌ରେ କରୋନାକୁ ପରାସ୍ତ କରିବା ପାଇଁ ଗାଇଡ୍‌ଲାଇନ୍ ମାନିବାକୁ ଓ ପ୍ରଶାସନକୁ ସାହାଯ୍ୟ କରିବାକୁ ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଲୋକଙ୍କୁ ସଚେତନ କରାଇବାରେ ମିଶନ ଶକ୍ତି ଗ୍ରୁପର ଉପଯୋଗ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସ୍‌ଆର୍‌ସି ପ୍ରଦୀପ ଜେନା, ଏସିଏସ୍ ପ୍ରଦୀପ୍ତ ମହାପାତ୍ର ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଥିଲେ।

Breaking News