ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ। କହିଲେ, ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ । ନବୀନ ଆହୁରି ମଧ୍ୟ କହିଛନ୍ତି, ଆମ ସରକାର ଆରମ୍ଭ କରିଥିବା ବିକାଶ ମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଇ ଭଉଣୀଙ୍କ ଚାଉଳକୁ ବନ୍ଦ କରିଛନ୍ତି । ସେମାନେ ଆମ୍ବ ଟାକୁଆ ଖାଉଛନ୍ତି । ଏହା ବହୁତ ଦୁଃଖର କଥା । ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଅନ୍ୟ ମାନେ ଚିକିତ୍ସା ହେଉଛନ୍ତି । ଆନନ୍ଦର କଥା ଅକ୍ଟୋବରରୁ ଆରମ୍ଭ ହୋଇଥିବା ମେମ୍ବରସିପ୍ ଡ୍ରାଇଭ୍ ଭଲରେ ଚାଲିଛି । ବହୁତ ଲୋକ ବିଜେଡି ରେ ସାମିଲ ହେଉଛନ୍ତି । ସମସ୍ତଙ୍କୁ ମୁଁ ଦଳକୁ ସ୍ୱାଗତ କରୁଛି । ଯୁବଛାତ୍ର ମାନେ ମୋ ଦଳର ଭବିଷ୍ୟତ । ଆପଣ ମାନେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରୁହନ୍ତୁ । ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦିଅନ୍ତୁ । ଆମ ସରକାରଙ୍କ ଯୋଜନା ଅନ୍ୟ ମାନଙ୍କ ପାଇଁ ମଡେଲ ହୋଇଛି । ଭାରତ ସରକାର ଆମର ଅନେକ ଯୋଜନା ଗ୍ରହଣ କରିଛନ୍ତି । ଭୋଟ ବ୍ୟାଙ୍କ ସୃଷ୍ଟି କରିବା କେବେ ଆମର ଲକ୍ଷ୍ୟ ନଥିଲା । ହେଲେ, ବିଜେପି ସରକାର ଲୋକଙ୍କ ସମସ୍ୟା କୁ ଅଣଦେଖା କରୁଛି । ବିଜେଡି ଓଡ଼ିଶାର ୧ ନଂ ଦଳ । ଗତ ନିର୍ବାଚନରେ ଆମେ ଅଧିକ ଭୋଟ ପାଇଛୁ । ହାରିଗଲେ ବି ବିଜେଡି ଲୋକଙ୍କ ହୃଦୟରେ ରହିଛି ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..