ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗସ୍ତକୁ ନେଇ ଚର୍ଚ୍ଚା ଲାଗି ରହିଛି। ମାତ୍ର ଖୁବ୍ଶୀଘ୍ର ଜିଲ୍ଲା ଗସ୍ତ ନେଇ ତାରିଖ ଚୂଡ଼ାନ୍ତ ହେବ ବୋଲି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି। ଶ୍ରୀ ମୁଦୁଲି କହିଛନ୍ତି ଯେ, ନବୀନଙ୍କ ଜିଲ୍ଲା ଗସ୍ତ ନେଇ ତାରିଖ ଚୂଡ଼ାନ୍ତ ହୋଇନାହିଁ। ଦଳର ସଭାପତି ଖୁବ୍ଶୀଘ୍ର ନିଷ୍ପତ୍ତି ନେବେ। ଏହାକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ବିଜେଡି ଏବେବି ସଙ୍ଗଠିତ ଅଛି। ଆମ୍ବ ଟାକୁଆ ପ୍ରସଙ୍ଗରେ ଦେଶ ସହ ବିଦେଶରେ ଓଡ଼ିଶାର ଛବି ମଳିନ ହୋଇଛି। ବିଜେପି ଶାସନରେ ମନ୍ତ୍ରୀ ଶସ୍ତା ଟିପ୍ପଣୀ ଦେଉଥିବାବେଳେ ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟର ଛବି ଖରାପ ହେଉଛି ବୋଲି ସେ କହିଛନ୍ତି।






More Stories
ଜିଲ୍ଲା ଯୋଜନା ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..