ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକଙ୍କୁ ଜାମିନ ମିଳିଛି । ଆଜି ସୁପ୍ରିମକୋର୍ଟ ତାଙ୍କୁ ମେଡିକାଲ ଚିକିତ୍ସା ପାଇଁ ୨ ମାସର ଜାମିନ ପ୍ରଦାନ କରିଥିବା ସୂଚନା ମିଳିଛି | ପଳାତକ ଘୋଷିତ ଆତଙ୍କବାଦୀ ଦାଉଦ ଇବ୍ରାହିମ ସହ ଜଡ଼ିତ ଗୋଟିଏ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶ୍ରୀ ମଲିକଙ୍କୁ ୨୦୨୨ ଫେବୃଆରୀ ମାସରେ ଗିରଫ କରିଥିଲା। ଏବେ ସେ ଜେଲରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି। ସେ କିଡ୍ନୀ ରୋଗରେ ଆକ୍ରାନ୍ତ। ତେଣୁ ଚିକିତ୍ସା ପାଇଁ ସୁପ୍ରିମକୋର୍ଟ ଆଜି ତାଙ୍କୁ ୨ ମାସର ଜାମିନ ଦେଇଛନ୍ତି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….