ରିପୋର୍ଟ କାର୍ଡ / ମାଲକାନଗିରି
ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ ଚୌହାନଙ୍କ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୋଲିସ ଓ ଡିଆରଜି ଯବାନ ଟେଟରାଇ ଟୋଲନଇ ଜଙ୍ଗଳରେ ଚଢ଼ାଉ କରିଥିଲେ। ଆଜି ସକାଳୁ ନକ୍ସଲ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପେରେସନ ଜାରି ରଖିଛି। ନକ୍ସଲ ଛତ୍ରଭଙ୍ଗ ଦେଇଛନ୍ତି। ସର୍ଚ୍ଚ ଅପେରେସନ ପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି କୁହାଯାଇଛି।






More Stories
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..