ରିପୋର୍ଟ କାର୍ଡ / ପୁରୀ
ନୌସେନା ଦିବସରେ ନୌବୀରମାନେ ପୁରୀ ସମୁଦ୍ରରରେ ଅପରେସନ୍ କୌଶଳ ଦେଖାଇଛନ୍ତି। ନୌସେନାର ନୌବୀରମାନେ ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି। ଭାରତୀୟ ନୈସନାର ଦକ୍ଷତାକୁ ଉପରେ ପୂରା ବିଶ୍ବବାସୀ ନଜର ରଖିଛନ୍ତି। ଜଳଭାଗରେ ବମ୍ ବ୍ରଷ୍ଟ ମାନୁଏଭର, ବ୍ୟାନର ଫର୍ମେସନରରେ ଚେତକ, ବୁଡ଼ାଜାହାଜର କଳାପ୍ରଦର୍ଶନ ଓ ଆକାଶମାର୍ଗରେ ନୌବୀରମାନଙ୍କର ପ୍ରଦର୍ଶନ ବେଶ ଚିତାକର୍ଷକଥିଲା |

ଭାରତୀୟ ନୌସେନା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ଭାରତୀୟ ନୌସେନା ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର ଆଇଏନ୍ଏସ୍ ଦିଲ୍ଲୀ, ଆଇଏନ୍ଏସ୍ ଶକ୍ତି, ଆଇଏନ୍ଏସ୍ ସର୍ୟୁ, ଆଇଏନ୍ଏସ୍ ଅରିହନ୍ତ, ଆଇଏନ୍ଏସ୍ ସାତପୁରା ପ୍ରମୁଖ ନେଭି ଡେ’ ଉତ୍ସବରେ ପରାକ୍ରମ ଦେଖାଇଛନ୍ତି।

ସେହିପରି ହକ୍, ସି-କିଙ୍ଗ, ମିଗ୍-୨୯ ଭଳି ଫାଇଟର ଜେଟ୍ ଓ ଚେତକ, ଏମ୍ଏସ୍-୬୦ ହେଲିକପ୍ଟର ନୌସେନାର ବୀରତ୍ୱ ମଧ୍ୟ ଦେଖାଇଛନ୍ତି।ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥର ନୌସେନା ଦିବସର ଥିମ୍। ଜନସମୁଦ୍ର ପାଲଟିଥିଲା ପୁରୀ ସମୁଦ୍ର କୂଳ |ନୌସେନା ଦିବସ ପାଳନ ନେଇ ପୁରୀରେ ସୁରକ୍ଷାକୁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
More Stories
ଆସୁଛି ଲଘୁଚାପ !ପ୍ରବଳ ବର୍ଷା ସମ୍ଭାବନା…..
‘Gen-Z ବଞ୍ଚାଇବ ସମ୍ବିଧାନ: ରାହୁଲ…..
ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ…..