ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତକୁ ଐତିହାସିକ ସଫଳତା। ପ୍ରଥମ କରି ଫାଇନାଲ ମ୍ୟାଚରେ ତିନି ତିନି ଜଣ ଭାରତୀୟ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ପାଇଥିଲେ | ୪୦ ବର୍ଷର ଯାତ୍ରାରେ ପ୍ରଥମ କରି ଭାରତକୁ ମିଳିଛି ଏହି ସଫଳତା। ଭାରତୀୟ କ୍ରୀଡ଼ାରେ ପୁଣି ନୂତନ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ହାସଲ କରିଛନ୍ତି। ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ୍ ହୋଇଥିବା ବେଳେ ୨ୟ ପ୍ରୟାସରେ ୮୮.୧୭ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। ଏହି ସଫଳତାର ଉତ୍ସବରେ ଓଡିଶା ବି ଝୁମି ଉଠୁଛି। କାରଣ ପୁରୀ ବ୍ରହ୍ମଗିରିର କିଶୋର ଜେନା ଏହି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଜାଭଲିନ ଥ୍ରୋରେ ପ୍ରତିଦ୍ୱନ୍ଦିତା କରିଥିଲେ। ଫାଇନାଲରେ ପଦକ ହାସଲ କରିପାରି ନଥିଲେ ବି ନିରାଶ କରିନାହାନ୍ତି କିଶୋର। ତାଙ୍କ ପ୍ରଦର୍ଶନ ଦେଶ ତଥା ଓଡିଆ ପ୍ରଶଂସକଙ୍କ ହୃଦୟ ଜିଣିପାରିଛି। ନିଜର ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ୮୪ .୭୭ ମିଟର୍ ଜାଭଲିନ୍ ଫିଙ୍ଗି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଥିସହ ସେ ପଞ୍ଚମ ସ୍ଥାନ ଅଳଙ୍କୃତ କରିଛନ୍ତି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..