ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ନିଟ୍-ୟୁଜି ୨୦୨୪ ପରୀକ୍ଷା ବାତିଲ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି, ପରୀକ୍ଷାର ପବିତ୍ରତା ପ୍ରଭାବିତ ହୋଇଛି । ଆମକୁ ଏହାର ଜବାବ ଲୋଡ଼ା। ଏହାସହ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)କୁ ଜବାବ ମାଗିଛନ୍ତି। ତେବେ ନିଟ୍ ୟୁଜି ୨୦୨୪ ପାଇଁ ଆରମ୍ଭ ହୋଇଥିବା କାଉନସେଲିଂ ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖକୁ ଧାର୍ଯ୍ୟ କରି ଖଣ୍ଡପୀଠ କହିଛନ୍ତି ଯେ ଯଦି ଜବାବ ଦାଖଲ ପାଇଁ ଅଧିକ ସମୟ ଦରକାର ହୁଏ, ତେବେ କୋର୍ଟ କାଉନସେଲିଂ ବନ୍ଦ କରିଦେବେ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..