ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ୟୁଜି ୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି । ୨ ଜଣ ଶିକ୍ଷାର୍ଥୀ ଟପ୍ପର ହେବା ସହ ୯୯.୯୯% ମାର୍କ ରଖିଛନ୍ତି। ତାମିଲନାଡୁର ପ୍ରଭଞ୍ଜନ ଜେ ଓ ଆନ୍ଧ୍ର ପ୍ରଦେଶର ବୋରା ବରୁଣ ଚକ୍ରବତ୍ତି ନିଟ୍ ୟୁଜି-୨୦୨୩ ପରୀକ୍ଷାରେ ୯୯.୯୯% ମାର୍କ ରଖିଛନ୍ତି। ଟପ୍ପର ୫୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୨ ଶିକ୍ଷାର୍ଥୀ ରହିଛନ୍ତି। ୮ମ ସ୍ଥାନରେ ଓଡ଼ିଶାର ସ୍ୱୟଂଶକ୍ତି ତ୍ରିପାଠୀ ଓ ୩୫ତମ ରାଙ୍କରେ ଓଡ଼ିଶାର ସୂର୍ଯ୍ୟପ୍ରତାପ ମିଶ୍ର ଅଛନ୍ତି। ସେହିପରି ଟପ୍ ୨୦ ମହିଳା ଶିକ୍ଷାର୍ଥୀଙ୍କ ଭିତରେ ବି ଜଣେ ଓଡ଼ିଆ ରହିଛନ୍ତି। ଅଭିପସା ଚୌଧୁରୀ ଓଭରଅଲ ରାଙ୍କର ୬୪ତମ ସ୍ଥାନରେ ଥିଲେ ହେଁ ମହିଳାଙ୍କ ମଧ୍ୟରେ ସେ ଟପ୍ ୨୦ରେ ରହିଛନ୍ତି। ଉତ୍ତର ପ୍ରଦେଶର ସର୍ବାଧିକ ପିଲା ନିଟ୍ ୟୁଜିରେ ପାସ୍ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର ଓ ତୃତୀୟରେ ରାଜସ୍ଥାନ ରହିଥିବା ଏନଟିଏ କହିଛି| ଏଥର ମୋଟ ୨୦.୩୮ ଲକ୍ଷ ପିଲାଙ୍କ ମଧ୍ୟରୁ ୧୧.୪୫ ଲକ୍ଷ ପିଲା ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇଛନ୍ତି।






More Stories
ଶେଷ ହେଲା ମୌସୁମୀ ଅଧିବେଶନ…..
ସମସ୍ତ ପାଇଲଟଙ୍କର ହେବ ଡୋପ୍ ଟେଷ୍ଟ…..
ୟୁକ୍ରେନ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ,୧୨ ମୃତ……