ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଟ୍ ପରୀକ୍ଷା ସ୍ଥଗିତ ରଖିଲେ କେନ୍ଦ୍ର ସରକାର । ୬ରୁ ୮ ସପ୍ତାହ ପରେ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ପରୀକ୍ଷା ମାର୍ଚ୍ଚ ୧୨ରେ ହୋଇଥାନ୍ତା । ସୂଚନାନୁସାରେ, ମାର୍ଚ୍ଚ ୧୨ରେ ନିଟ୍ ପିଜି-୨୦୨୨ ହୋଇଥାନ୍ତା । କିନ୍ତୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଥିଲେ । ସେମାନଙ୍କ ଅଭିଯୋଗ ଥିଲା ଯେ, ୨୦୨୧ ନିଟ୍ ପିଜି କାଉନସେଲିଂ ତାରିଖ ଚଳିତ ବର୍ଷର ପରୀକ୍ଷା ତାରିଖ ସହ ସମାନ ଥିଲା । ତେଣୁ ସେମାନେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଥିଲେ । ଏପରିକି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟକୁ ମଧ୍ୟ ମାମଲା ଯାଇଥିଲା । ତେବେ ସରକାର ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଏହାକୁ ୬ରୁ ୮ ସପ୍ତାହ ଯାଏଁ ଘୁଞ୍ଚାଇ ଦିଆଯାଇଛି ।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..