Report Card Odisha

| Daily Odia News

୧୨ ରୁ ନିଟ୍- ପିଜି କାଉନସେଲିଂ ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ୧୨ ତାରିଖ ଅର୍ଥାତ ବୁଧବାର ଠାରୁ ନିଟ୍‌-ପିଜି କାଉନସେଲିଂ ଆରମ୍ଭ ହେବ । ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡଭିୟ ରବିବାର ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୨ ଜାନୁଆରୀ ୧୨ରୁ ନିଟ୍‌-ପିଜି କାଉନସେଲିଂ ଆରମ୍ଭ ହେବ । ସମସ୍ତ ପ୍ରାର୍ଥୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ନିଟ୍‌-ପିଜି କାଉନସେଲିଂ ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ନିକଟରେ ଅନୁମତି ଦେଇଛନ୍ତି। ଟ୍ୱିଟ୍‌ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୧୨ ତାରିଖରୁ ଏମ୍‌ଡିଏସ୍‌ ଓ ଅନ୍ୟ ପାଠ୍ୟକ୍ରମ ଲାଗି କାଉନ୍‌ସେଲିଙ୍ଗ୍‌ ଆରମ୍ଭ ହେବ । ପ୍ରାର୍ଥୀମାନେ ମେଡିକାଲ କାଉନ୍‌ସିଲ୍‌ କମିଟି (ଏମ୍‌ସିସି) ର ୱେବ୍‌ସାଇଟ୍‌ରେ ପଞ୍ଜିକରଣ କରାଇ ପାରିବେ । ରେସିଡେଣ୍ଟ ଡାକ୍ତରମାନଙ୍କୁ କେନ୍ଦ୍ର ସରକାର ଆଶ୍ୱାସନା ଦେଇଥିଲେ । ଏହାପରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପରେ ଏମ୍‌ସିସି ଦ୍ୱାରା ନିଟ୍‌-ପିଜି କାଉନ୍‌ସେଲିଙ୍ଗ୍‌ ଜାନୁଆରୀ ୧୨ରୁ ଆରମ୍ଭ ହେବାକୁ ଯାଉଛି । ଏହାଦ୍ୱାରା କରୋନା ବିରୋଧୀ ଯୁଦ୍ଧରେ ଦେଶ ଆହୁରି ମଜଭୁତ ହେବ । ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ ଶୁଭକାମନା ।

Breaking News