ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଟ୍ ୟୁଜି ଦୁର୍ନୀତି ମାମଲାରେ ସିବିଆଇ ପାଟନା ଏମ୍ସର ୩ ଜଣ ଡାକ୍ତରଙ୍କୁ ଗିରଫ କରିଛି । ୩ ଜଣ ଡାକ୍ତରଙ୍କର ଲାପଟପ୍ ଓ ମୋବାଇଲ୍ କୁ ମଧ୍ୟ ଜବତ କରାଯାଇଛି । ଏମାନେ ନିଟ୍ ଦୁର୍ନୀତି ମାମଲାରେ ଜଡିତ ରହିଥିବା ଅଭିଯୋଗ ରହିଛି । ଉକ୍ତ ୩ ଡାକ୍ତର ୨୦୨୧ ବ୍ୟାଚ୍ ର ଛାତ୍ର । ସିବିଆଇ ୨ ଦିନ ପୂର୍ବରୁ ନିଟ୍ ପେପର୍ ଲିକ୍ ମାମଲାରେ ପଙ୍କଜ କୁମାରଙ୍କୁ ପାଟନାରୁ ଗିରଫ କରିଥିଲା। ତାଙ୍କ ବନ୍ଧୁ ରାଜୁ ହଜାରୀବାଗରୁ ଧରା ପଡିଥିଲେ। ସୂତ୍ରରୁ ଜଣାପଡିଛି ପଙ୍କଜ ଓ ରାଜୁଙ୍କୁ ପଚରାଉଚରା କରିବାରୁ ସିବିଆଇ ହାତକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆସିଛି । ଏହାପରେ ପାଟନା ଏମ୍ସର ୩ ଜଣ ଡାକ୍ତରଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ଏମାନଙ୍କ କକ୍ଷ ମଧ୍ୟ ସିଲ୍ କରାଯାଇଛି । ଆଜି ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହେବ । ନିଟ୍ ୟୁଜି ମାମଲାରେ ପ୍ରଶ୍ନପତ୍ର ଲିକ୍ ସହ ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।
More Stories
ଗଣମାଧ୍ୟମ ଚ୍ୟାନେଲ କୁ ସରକାରଙ୍କର ୯ ନିର୍ଦ୍ଦେଶ…..
ଆକ୍ରମଣର ତଦନ୍ତ ପାଇଁ ଆମେ ରାଜି:ପାକିସ୍ତାନ…..
ଇରାନରେ ବଡ଼ ଧରଣର ବିସ୍ଫୋରଣ,୪୦୦ରୁ ଊର୍ଦ୍ଧ୍ବ ଆହତ…..