Report Card Odisha

| Daily Odia News

ଡ଼. ନାରାୟଣ ମହାପାତ୍ର ଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନୋବେଲ ପିସ ଆୱାର୍ଡ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନେତାଜୀ ଆନ୍ତର୍ଜାତୀୟ ଅନୁଷ୍ଠାନ, କୋଲକତା ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡ଼. ନାରାୟଣ ମହାପାତ୍ର ଙ୍କୁ “ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନୋବେଲ ପିସ ଆୱାର୍ଡ ” ପ୍ରଦାନ କରାଯାଇଛି | ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦକ ଭାବେ ସମାଜରେ ଅବହେଳିତ ବୃଦ୍ଧବୃଦ୍ଧା ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବାରୁ ଏହି ସମ୍ମାନ ପ୍ରଦାନ କରଯାଇଛି| ଟ୍ରଷ୍ଟ ପକ୍ଷରୁ ବର୍ଷ ର ବିଭିନ୍ନ ସମୟରେ ମଧ୍ଯ ରକ୍ତଦାନ ଶିବିର ଆୟୋଜିତ କରା ଯାଇ ରକ୍ତ ସଂଗ୍ରହ କରା ଯାଏ | ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ ନାରାୟଣ ମହାପାତ୍ର ଙ୍କୁ ସମାଜସେବା କ୍ଷେତ୍ର ରେ ସମ୍ମାନସୂଚକ ହ୍ୟୁମ୍ୟାନଟେରିଆନ ଉପାଧି ପ୍ରଦାନ କରିଛନ୍ତି |

Breaking News