ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନେକ ରାଜ୍ୟରେ ମଦକୁ ନେଇ କିଛି ନିୟମ ରହିଥାଏ । ଏଥିସହିତ ମଦ ଦୋକାନ ଖୋଲିବା ଓ ବନ୍ଦ କରିବାକୁ ନେଇ ମଧ୍ୟ ନୂଆ ନୂଆ ପଦକ୍ଷେପ ନିଆଯାଇଥାଏ । ତେବେ ମଦର ଦାମ୍ ଯେତେ ବୃଦ୍ଧି ପାଇଲେ ବି ମଦର ଚାହିଦା ସର୍ବଦା ଉଚ୍ଚରେ ରହିଥାଏ । ଆଜି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଦକୁ ନେଇ ଏକ ନୂଆ ନିୟମ ଲାଗୁ କରିଛନ୍ତି । ଆଜି ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ଏ ବାବଦରେ ଘୋଷଣା କରାଯାଇଛି । ଏଣିକି ପ୍ରତି ମଦ ବୋତଲ ବିକ୍ରି ଉପରେ ‘ଗାଈ ଟ୍ୟାକ୍ସ’ ଲାଗିବ ବୋଲି କୁହାଯାଇଛି । ମଦ ବିକ୍ରି ଉପରେ ଏକ ଉପକର ଭାବେ ୧୦ ଟଙ୍କା ଆଦାୟ କରାଯିବ । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟ ସରକାରଙ୍କୁ ପ୍ରତିବର୍ଷ ୧୦୦ କୋଟିର ରାଜସ୍ୱ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୁଖୁ ବଜେଟ ଉପସ୍ଥାପନ କରିବା ଅବସରରେ କହିଛନ୍ତି । ହିମାଚଳ ପ୍ରଦେଶ ବ୍ୟତୀତ ଅନ୍ୟ କିଛି ରାଜ୍ୟରେ ମଧ୍ୟ ଗାଈ ଟ୍ୟାକ୍ସ ଲାଗୁ ହେଉଛି । ସେହି ରାଜ୍ୟଗୁଡ଼ିକ ମଧ୍ୟରେ ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳ ରହିଛନ୍ତି । ଦେଶର ଅଲଗା ଅଲଗା ରାଜ୍ୟରେ ‘ଗାଈ କର’ ଲାଗୁ କରାଯାଇଛି ।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..