ରିପୋର୍ଟ କାର୍ଡ / ସୁବର୍ଣ୍ଣପୁର
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ କନ୍ୟାକୁ ଟୀକା ଦେବା ବାହାନାରେ ଚୋରି ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ବୀରମହାରାଜପୁର ବ୍ଲକ୍ ବାଗବର ପଞ୍ଚାୟତ ଷଣ୍ଢା ଗାଁରୁ | ଗଜେନ୍ଦ୍ର ତାଣ୍ଡି ଓ ସନ୍ତୋଷିନୀ ତାଣ୍ଡିଙ୍କ ଶିଶୁ କନ୍ୟା ଚୋରି ନେଇ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ- ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋବିନ୍ଦଙ୍କର ଏକ ଶିଶୁ କନ୍ୟା ଜନ୍ମ ନେଇଥିଲେ। ଶନିବାର ସକାଳୁ ଟିକା କେନ୍ଦ୍ରରୁ ଶିଶୁକୁ ଟିକା ଦେବାକୁ ନେଇଯାଇଥିଲେ ପରେ ମହିଳା ଆଉ ପିଲାକୁ ନେଇ ଫେରିନଥିଲେ | ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇନଥିଲେ ବି ପୋଲିସ ଡାକ୍ତରଖାନାରେ ପହଞ୍ଚି ଅଧିକ ତଦନ୍ତ କରୁଛି । ପରିବାର ପକ୍ଷରୁ ଶିଶୁ କନ୍ୟାକୁ ଖୋଜାଖୋଜି ଚାଲିଛି । ସମ୍ପୃକ୍ତ ମହିଳାକୁ ମଧ୍ୟ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନାହିଁ ।






More Stories
ସିରିଆ ଉପରେ ଆମେରିକାର ଆକ୍ରମଣ:ଆତଙ୍କବାଦୀଙ୍କ ମୃତ୍ୟୁ……
ଏକାଠି ଚା ପିଇଲେ ଶାସକ-ବିରୋଧୀ…..
ବିଜୟଙ୍କୁ ଭେଟିଲେ ମୋକିମ୍…..