ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦର ରୁ ଆରମ୍ଭ ହେବ ଦେଶର ବିଭିନ୍ନ ବିମାନ ବନ୍ଦରକୁ ନୂଆ ବିମାନ ସେବା। ଏହି ସୂଚନା ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର,ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ସେହିପରି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ସେହିଭଳି ଭୁବନେଶ୍ୱରରୁ ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିମାନ ସେବା ମିଳିବା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି । ବାହାର ରାଜ୍ୟରୁ ଓଡ଼ିଶାକୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢ଼ିବ। ସେହିପରି ଓଡ଼ିଶାରୁ ଲୋକେ ଡେରାଡୁନ, କୋଚି, ଜୟପୁର ଆଦି ସ୍ଥାନକୁ ଯାଇ ସେଠାକାର ପର୍ଯ୍ୟଟନସ୍ଥଳୀ ସହଜରେ ବୁଲିପାରିବେ। ଦୂରସ୍ଥାନକୁ ଟ୍ରେନ୍ରେ ଯିବା ପାଇଁ ବହୁ ସମୟ ଲାଗୁଥିବାରୁ ନୂଆ ବିମାନ ଚଳାଚଳ ଯୋଗୁଁ ଯାତ୍ରୀଙ୍କୁ ଅଧିକ ସୁବିଧା ଓ ସହଜ ହେବ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….