ରିପୋର୍ଟ କାର୍ଡ / ଛତିଶଗଡ଼
ଛତିଶଗଡ଼ରେ ଯବାନଙ୍କୁ ମିଳିଛି ବଡ଼ ସଫଳତା। କୋମ୍ବିଂ ଅପରେସନ ବେଳେ ଯବାନଙ୍କ ଗୁଳିରେ ନିପାତ ହୋଇଛନ୍ତି ୫ ମାଓବାଦୀ। ଛତିଶଗଡ଼ର କାଙ୍କେର-ନାରାୟଣପୁର ସୀମାନ୍ତ ଜଙ୍ଗଲରେ ଶନିବାର ଏହି ଗୁଳିବିନିମୟ ଘଟିଛି। ଘଟଣାସ୍ଥଳରେ ଯବାନମାନେ ଏକ ମାଓବାଦୀ ଶିବିର ଠାବ କରିବା ସହିତ ସେଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ପୋଷାକ ଜବତ କରିଛନ୍ତି। ଅପରାହ୍ନ ସୁଦ୍ଧା ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି। ଏହି ଘଟଣାରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏୟାର ଲିଫ୍ଟ ଜରିଆରେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……