ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାର୍ଗୁଡ଼ିକରେ ଡ୍ୟାନ୍ସ ଆୟୋଜନ ହେଲେ ଲାଇସେନ୍ସ ରଦ୍ଦ କରାଯିବ। ବାର୍ରେ ଅଶ୍ଳୀଳ ନୃତ୍ୟ ଯୋଗୁ ସୃଷ୍ଟି ହେଉଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏ ନେଇ ଏକ ଗାଇଡ୍ଲାଇନ ଜାରି କରାଯାଇଛି। ତାହାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଆଇନ ତଥା ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବାରଗୁଡ଼ିକରେ ମ୍ୟୁଜିକ ଡେସିବେଲ ଧାର୍ଯ୍ୟ ମାନଦଣ୍ଡ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଆ ଅସ୍ମିତା ଏବଂ ସଂସ୍କୃତି ବିରୋଧୀ କାର୍ଯ୍ୟ କରିବାକୁ ଦିଆଯିବନି ବୋଲି ମନ୍ତ୍ରୀ କହିଛନ୍ତି। ସୂଚନା ଅନୁସାରେ, ପୂର୍ବରୁ ରାଜଧାନୀର କେତେକ ବାରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଶ୍ଳୀଳ ନୃତ୍ୟ ସାଙ୍ଗକୁ ଅନୈତିକ କାର୍ଯ୍ୟକଳାପ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..