Report Card Odisha

| Daily Odia News

୧୬ ବର୍ଷରୁ କମ୍‌ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ମନା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୋଚିଂ ସେଣ୍ଟରଗୁଡ଼ିକ ପାଇଁ ନିର୍ଦେଶାବଳୀ ଜାରି କରାଯାଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, କୋଚିଂ ସେଣ୍ଟରଗୁଡ଼ିକ ୧୬ ବର୍ଷରୁ କମ୍‌ ବୟସର ଛାତ୍ରଛାତ୍ରୀଙ୍କ ନାମ ଲେଖାଇ ପାରିବେ ନାହିଁ। ମାଧ୍ୟମିକ ଶିକ୍ଷା ଶେଷ ହେବା ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ। ସେହିପରି ସ୍ନାତକରୁ କମ୍‌ ଶିକ୍ଷାଗତ ଯୋଗ୍ୟତା ଥିବା କୌଣସି ବ୍ୟକ୍ତି କୋଚିଂ ସେଣ୍ଟରରେ ଶିକ୍ଷକତା କରିପାରିବେ ନାହିଁ। ଭଲ ରାଙ୍କ୍‌ କିମ୍ବା ମାର୍କ ନେଇ କୋଚିଂ ସେଣ୍ଟରମାନେ ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେ ନାହିଁ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷାର ସର୍ବନିମ୍ନ ମାନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ନିର୍ଦେଶାବଳୀ ଜାରି କରିଛନ୍ତି। ନିର୍ଦେଶାବଳୀ ଅନୁଯାୟୀ, ବିଭିନ୍ନ ପାଠ୍ୟକ୍ରମ ପାଇଁ ଆଦାୟ କରାଯାଉଥିବା ଟ୍ୟୁସନ ଫିସ୍‌ ଯୁକ୍ତିଯୁକ୍ତ ହେବା ସହ ନେଇଥିବା ଫିସ୍‌ର ରସିଦ୍ ପ୍ରଦାନ କରାଯିବା ଉଚିତ। ଯଦି କୌଣସି ଛାତ୍ର ପାଠ୍ୟକ୍ରମ ପାଇଁ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରିଛନ୍ତି ଏବଂ ନିର୍ଦ୍ଧାରିତ ଅବଧି ମଧ୍ୟରେ ପାଠ୍ୟକ୍ରମ ଛାଡ଼ୁଛନ୍ତି, ତେବେ ଅବଶିଷ୍ଟ ଅବଧି ପାଇଁ ପୂର୍ବରୁ ଜମା ହୋଇଥିବା ଫିସ୍‌ରୁ ଆନୁପାତିକ ଆଧାରରେ ଛାତ୍ରଙ୍କୁ ୧୦ ଦିନ ମଧ୍ୟରେ ଟଙ୍କା ଫେରସ୍ତ କରାଯିବ।

Breaking News