ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ପକ୍ଷରୁ ଆୟକର ବିଭାଗର ନୂଆ ତଥା ଅପଗ୍ରେଡେଡ୍ ଓ୍ବେବସାଇଟ୍ (www.incometaxindia.gov.in) ଲଞ୍ଚ୍ କରାଯାଇଛି । ନୂତନ ଜ୍ଞାନକୌଶଳ ସହିତ ତାଳମେଳ ରଖିବା ସହିତ ଟିକସଦାତାଙ୍କୁ ଉତ୍ତମ ଅଭିଜ୍ଞତା ଦେବାରେ ଏହି ଓ୍ବେବସାଇଟ୍ ସହାୟକ ହେବ ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି । ଏହା ଦ୍ୱାରା ଟିକସଦାତାଙ୍କୁ ନୂଆ ଫିଚର ଯୋଡିବା ସହ ମେଗା ମେନୁର ବିକଳ୍ପ ମିଳିବ, ଯାହା ଅଧୀନରେ ୟୁଜର୍ସଙ୍କୁ ମେନୁରେ ହିଁ ଅନେକ ପ୍ରକାରର ବିକଳ୍ପ ମିଳିପାରିବ । ନୂଆ ୱେବସାଇଟକୁ ମୋବାଇଲ ରେସପନ୍ସିଭ୍ ଲେଆଉଟ୍ ଅନୁଯାୟୀ ଡିଜାଇନ୍ କରାଯାଇଛି। ଅର୍ଥାତ୍ ଏହା ମୋବାଇଲରେ ବି ଠିକ୍ ଭାବେ ଖୋଲିପାରିବ । କିଛି ବର୍ଷ ତଳେ ଆସିଥିବା ଆୟକର ବିଭାଗ ନୂଆ ଓ୍ବେବସାଇଟରେ ଅନେକ ସମସ୍ୟା ଦେଖାଯିବାରୁ ତାହାକୁ ନେଇ ବିବାଦ ଦେଖାଦେଇଥିଲା । ନୂଆ ଓ୍ବେବସାଇଟରେ ଉକ୍ତ ସମସ୍ୟାର ସମାଧାନ କରାଯାଇଥିବା କୁହାଯାଉଛି । ଆୟକର ବିଭାଗର ସଂଶୋଧିତ ୱେବସାଇଟ୍ ବ୍ୟବହାରକାରୀଙ୍କୁ ବିଭିନ୍ନ ପ୍ରକାରର ଆୟକର ଅଧିନିୟମ ମଧ୍ୟରେ ତୁଳନା କରିବାକୁ ଅନୁମତି ଦେଇଥାଏ । ଏହା ବ୍ୟତୀତ ଅତିରିକ୍ତ ଏବଂ ନୂତନ ବଟନ ମଧ୍ୟ ପ୍ରଚଳନ କରାଯାଇଛି । ଆୟକର ବିଭାଗର ସଂଶୋଧିତ ଜାତୀୟ ୱେବସାଇଟ୍କୁ ଏକ ଫ୍ରେଣ୍ଡଲି ଇଣ୍ଟରଫେସ୍, ମୂଲ୍ୟ ସଂଯୋଜିତ ସେବା ଏବଂ ନୂତନ ମଡ୍ୟୁଲ୍ ସହିତ ସଂଶୋଧନ କରାଯାଇଛି। ଉଦୟପୁରସ୍ଥିତ ଆୟକର ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ‘ଚିନ୍ତନ ଶିବିର’ରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ନୀତିନ ଗୁପ୍ତା ଏହି ନୂଆ ସଂଶୋଧିତ ୱେବସାଇଟ୍ କୁ ଉନ୍ମୋଚନ କରିଛନ୍ତି। ଏହି ୱେବସାଇଟ୍ ଟିକସ ଏବଂ ଅନ୍ୟାନ୍ୟ ସମ୍ବନ୍ଧୀୟ ସୂଚନାର ଏକ ବ୍ୟାପକ ଭଣ୍ଡାର ଭାବରେ କାର୍ଯ୍ୟ କରିବ ।
More Stories
ତାହାୱର ରାଣା କୁ ଗିରଫ କଲା ଏନ୍ଆଇଏ…..
୪ କୋଟିର ବିକଳ୍ପ ବାଛିଲେ ବିଧାୟିକା ଭିନେଶ ଫୋଗଟ…..
୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ…..