ରିପୋର୍ଟ କାର୍ଡ / କଟକ
ଆସନ୍ତାକାଲି ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେବେ |ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ ପରେ ଏ ନେଇ ଶ୍ରୀ ମହାପାତ୍ରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ବୁଧବାର ପ୍ରକାଶିତ ହୋଇଛି। ଶ୍ରୀ ମହାପାତ୍ର ଶୁକ୍ରବାର ପୂର୍ବାହ୍ଣ ୧୦ ଘଟିକା ସମୟରେ ଶପଥ ନେବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂଆ କୋଠାର ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଶ୍ରୀ ମହାପାତ୍ରଙ୍କୁ ଶପଥପାଠ କରାଇବାର କାର୍ଯ୍ୟକ୍ରମ ଆପାତତଃ ସ୍ଥିର ହୋଇଛି।






More Stories
ଆଜିଠୁ ସୁଭଦ୍ରା ଆବେଦନ…..
IAS ସ୍ତରରେ ଅଦଳବଦଳ…..
ଓଡ଼ିଶାରେ SIR ସ୍ଥଗିତ…..