ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଲାଗୁ କରିଛନ୍ତି । ଗ୍ରାମାଞ୍ଚଳରେ ନୂଆ ଅନ ଶପ୍ ବା ବାର ଖୋଲିବ ନାହିଁ । ଅନ୍ୟପକ୍ଷରେ ସହରାଞ୍ଚଳରେ ରୁମ୍ ବ୍ୟବସ୍ଥା ଥିବା ହୋଟେଲକୁ ବାର ଖୋଲିବା ନେଇ ଅନୁମତି ମିଳିବ। ନୂଆ ଅବକାରୀ ପଲିସୀ ମୁତାବକ, ଠିପି ବନ୍ଦ ମଦ ଦୋକାକର ଲାଇସେନ୍ସ ପାଇଁ ଆପ୍ଲିକେସନ ଫିସ୍ ବଢ଼ିବ । ଲେବଲ ରେଜିଷ୍ଟ୍ରେସନ ଫିସ୍ ୪୦ ହଜାରରୁ ୫୦ ହଜାରକୁ ବୃଦ୍ଧି ପାଇବ । ସେହିପରି ଆପ୍ଲିକେସନ ଫିସ ୧ ଲକ୍ଷ ୧୦ ହଜାରରୁ ୧ ଲକ୍ଷ ୨୦ ହଜାରକୁ ବଢ଼ିବ । ବିୟର ପାର୍ଲରମାନଙ୍କରେ ମଦ ମିଳିବା ସହ ସମୁଦ୍ରକଳ ପର୍ଯ୍ୟଟକଙ୍କ ପାଇଁ ମଦ ଉପଲବ୍ଧ ହେବ । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏ ବାବଦରେ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ କୁ ଅବଗତ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ଏପ୍ରିଲ ମାସରେ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିଥିଲେ । ସେ ସମୟରେ ରାଜ୍ୟ ସରକାର ବିଦେଶରେ ନିର୍ମିତ ହେଉଥିବା ବିଦେଶୀ ମଦ ଉପରୁ ଟ୍ୟାକ୍ସ ହ୍ରାସ ନିଷ୍ପତ୍ତି ନେଇଥିଲେ । ଅନ୍ୟପକ୍ଷରେ ରାଜ୍ୟରେ ନିର୍ମିତ ହେଉଥିବା ବିଦେଶୀ ମଦ ଉପରେ ଅବକାରୀ ଟ୍ୟାକ୍ସ ଅପରିବର୍ତ୍ତିତ ରଖିଥିଲେ ।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..