ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି | ମୋଦୀ ମନ୍ତ୍ରିମଣ୍ଡଳୀରେ ଏବେ ଅନେକ ନୂଆ ମୁହଁ ସ୍ଥାନପାଇଛନ୍ତି। ଏହି ନୂଆ ମୁହଁ ମଧ୍ୟରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୁଇ ଜଣ ସାଂସଦ। ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ହୋଇଥିବାବେଳେ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ରାଷ୍ଟ୍ରମନ୍ତ୍ରୀ। ଉଭୟେ ପ୍ରଥମ ଥର ସାଂସଦ ସାଙ୍ଗକୁ ମିନିଷ୍ଟର ହେବାର ସୁଯୋଗ ପାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି। ଗରିବ ଲୋକମାନେ ଯେପରି ରେଳ ମନ୍ତ୍ରାଳୟରୁ ସୁଫଳ ପାଇପାରିବେ ସେ ନେଇ ଧ୍ୟାନ ଦେବେ ବୋଲି ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଦାୟିତ୍ୱ ନେବା ପରେ ନୂଆ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳୁ ନିଜ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ରେଳ ମନ୍ତ୍ରାଳୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ରହିଛି । ଆଉ ଏହି ଭିଜନକୁ କାର୍ଯ୍ୟକାରୀ କରିବା ଦିଗରେ ସେ କାମ କରିବେ। ଗରିବ ଲୋକମାନେ ଯେପରି ରେଳ ମନ୍ତ୍ରାଳୟରୁ ସୁଫଳ ପାଇପାରିବେ ସେ ନେଇ ଧ୍ୟାନ ଦେବେ ବୋଲି ବୈଷ୍ଣବ କହିଛନ୍ତି । ସେହିପରି ସେ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟର ମଧ୍ୟ ଦାୟିତ୍ୱ ନେଇଛନ୍ତି।
More Stories
ପ୍ରଫେସରଙ୍କ ଘରେ ସିବିଆଇ ରେଡ଼…..
ଅବୈଧ ପ୍ରବାସୀକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଟ୍ରମ୍ପ……
ମୁଖ୍ୟମନ୍ତ୍ରୀଙ୍କ ନାମରେ ମାମଲା ରୁଜୁ…..