ରିପୋର୍ଟ କାର୍ଡ / କଟକ
ଏସସିବି ହସପିଟାଲରେ ନୂତନ ଅନଲାଇନ୍ ଆଉଟଡୋର ରୋଗୀ ପଞ୍ଜୀକରଣ ସେବା ଆରମ୍ଭ ହୋଇଛି। ଏହି ସୁବିଧା ଓଡିଶା ସରକାରୀ OeHMIS ହେଲଥ ପ୍ରୋଜେକ୍ଟ ଅଧୀନରେ ରୋଗୀଙ୍କୁ ପ୍ରଦାନ କରାଯାଇଛି | ସେଣ୍ଟର ଫର ଡେଭଲପମେଣ୍ଟ ଆଣ୍ଡ ଆଡଭାନ୍ସ କମ୍ପ୍ୟୁଟିଂ (CDAC)କୁ ଏହି ପ୍ରକଳ୍ପ ପ୍ରଦାନ କରାଯାଇଛି | ଏହି ପ୍ରୋଜେକ୍ଟ କେନ୍ଦ୍ରୀୟ ରୋଗୀଙ୍କର ହେଲଥ୍ କାର୍ଡ ରଖିବାରେ ସାହାଯ୍ୟ କରିବ | ସରକାରୀ ଏବଂ CDAC ସହିତ ଚୁକ୍ତିନାମା ଅନୁଯାୟୀ ପାଇଲଟ୍ ଆଧାରରେ ୪ ଟି ହସ୍ପିଟାଲ୍ ଏବଂ ୩୦ ଟି ଜିଲ୍ଲା ହେଲ୍ଥ ହେଡକ୍ୱାର୍ଟରରେ ଏହି ପ୍ରକଳ୍ପ ଆରମ୍ଭ ହୋଇ ସାରିଛି | ୨୦୨୨-୨୩ ମସିହାରେ PHC ସ୍ତର ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଓଡିଶା ସରକାର ମଧ୍ୟ ଯୋଜନା କରୁଛନ୍ତି। ଶ୍ରୀରାମଚନ୍ଦ୍ର ଭଞ୍ଜା ମେଡିକାଲ କଲେଜ ଆଣ୍ଡ ହସପିଟାଲ, କଟକ, ପ୍ରିନ୍ସିପାଲଆଣ୍ଡଡିନ୍, ଅଧୀକ୍ଷକ ମଧ୍ୟ ଅନଲାଇନ୍ ରେଜିଷ୍ଟ୍ରେସନ୍ ଏବଂ OeHMISର ଅନ୍ୟାନ୍ୟ ମଡ୍ୟୁଲକୁ ଯଥା ଶୀଘ୍ର ରୋଗୀର ସୁଗମ ତଥା ଅସୁବିଧା ମୁକ୍ତ କରିବା ପାଇଁ ଆଗ୍ରହୀ ଅଟନ୍ତି | ଏହି ଅନଲାଇନ୍ ରେଜିଷ୍ଟ୍ରେସନ ପୂର୍ବରୁ ରୋଗୀମାନେ ଅନେକ ସମସ୍ୟା ଦେଇ ଗତିକରୁଥିଲେ। ପଞ୍ଜୀକରଣ କାଉଣ୍ଟରରେ ଲମ୍ବା ଧାଡିରେ ରହି ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। କିନ୍ତୁ ବର୍ତ୍ତମାନ ଅନଲାଇନ୍ ରେଜିଷ୍ଟ୍ରେସନ ପରେ ସମସ୍ୟା ନିବାରଣ ସହ କ୍ୟୁସିଷ୍ଟମରେ ରୋଗୀର ସୁଗମ ପଞ୍ଜିକରଣ ପ୍ରଦାନ କରାଯାଉଛି|






More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……