Report Card Odisha

| Daily Odia News

ଏବେ ମିଳିବନି ନୂଆ ରାସନକାର୍ଡ, ଆଧାର ଯାଂଚ କରିବେ ସରକାର……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଅନେକ ଭୂତ ହିତାଧିକାରୀ ରାସନ କାର୍ଡରେ ସାମିଲ ଥିବାର ଅଭିଯୋଗ ପରେ ରାଜ୍ୟ ସରକାର ସବୁ ରାସନ କାର୍ଡଧାରୀଙ୍କ ତଥ୍ୟକୁ ଯାଂଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହିତାଧିକାରୀଙ୍କ ତଥ୍ୟକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଆଧାର କାର୍ଡ ସହାୟତାରେ ଅନଲାଇନରେ ଇକେୱାଇସି ଯାଂଚକରିବେ । ଏହି ପ୍ରକ୍ରିୟା ଶେଷ ହେବାପରେ ହିଁ ରାଜ୍ୟରେ ରାସନ କାର୍ଡ ପାଇଁ ଆବେଦନ କରିଥିବା ପ୍ରାୟ ୬.୧୯ଲକ୍ଷ ପରିବାରକୁ ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ଯୋଜନାରେ ସେମାନଙ୍କ ଯୋଗ୍ୟତାକୁ ଦୃଷ୍ଟିରେ ରଖି ସାମିଲ କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଆଧାରଭିତ୍ତିକ ଇ-କେୱାଇସି ଯାଂଚ ପ୍ରକ୍ରିୟା ଆରମ୍ଭ କରାଯିବାକୁ ପଦକ୍ଷେପ ନିଆଯାଉଛି । ଏହି ଯାଂଚ ପ୍ରକ୍ରିୟା ଶେଷ ହେବାପରେ ନୂଆ ରାସନ କାର୍ଡ ଯୋଗାଇ ଦେବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ ।

Breaking News