Report Card Odisha

| Daily Odia News

୨୦୨୨ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ୨୦୨୨ ମସିହା ପାଇଁ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ସଂଶୋଧନ ସମୟରେ ୯ ଲକ୍ଷ ୫୦ ହଜାର, ୭୮୯ ଜଣ ନୂଆ ଭୋଟର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୩ ଲକ୍ଷ ୪୪ ହଜାର ୯୪୪ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି। ୩ ଲକ୍ଷ ୮୨ ହଜାର ୬୦୧ ଜଣଙ୍କ ତ୍ରୁଟି ସଂଶୋଧନ କରାଯାଇଛି। ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ୫୮ଗୋଟି ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ୩୭୬୦୬ ଗୋଟି ବୁଥ୍‌ରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଲା ବୋଲି ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ୍ କୁମାର ଲୋହାନୀ ଜଣାଇଛନ୍ତି। ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ଗତ ନଭେମ୍ବର ୧ ତାରିଖରେ ଚିଠା ତାଲିକା ପ୍ରକାଶ ପାଇଥିଲା ଓ ଭୋଟରମାନଙ୍କ | ୨୦୨୨ ମସିହା ପାଇଁ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଲା । ସେହିଭଳି ଚୂଡାନ୍ତ ତାଲିକାରେ ରାଜ୍ୟରେ ୩ୟ ଲିଙ୍ଗ ଭୋଟର ସଂଖ୍ୟା ୩୦୨୫ ଜଣ ରହିଥିବା ବେଳେ ୧୮-୧୯ ବର୍ଷ ବୟସ ବର୍ଗର ତାଲିକା ବୃଦ୍ଧି ପାଇ ୫,୨୩, ୭୪୪ ଛୁଇଁଲା । ପୂର୍ବବର୍ଷ ଭୋଟର ତାଲିକା ଅନୁସାରେ ୯୯.୧୪% ଭୋଟରଙ୍କୁ ଭୋଟ୍ ପରିଚୟ ପତ୍ର ପ୍ରଦାନ କରାଯାଇଛି ଓ ଚଳିତବର୍ଷ ତାହା ବୃଦ୍ଧି ପାଇ ୯୯.୭୭% ହୋଇଛି । ୨୦୨୧ ମସିହାର ଚୂଡ଼ାନ୍ତ ଭୋଟର ତାଲିକାରେ ୯୮.୬୬% ଭୋଟରଙ୍କ ଫଟୋ ଥିବାବେଳେ ଚଳିତବର୍ଷ ୨୦୨୨ ମସିହାର ଚୂଡ଼ାନ୍ତ ଭୋଟର ତାଲିକାରେ ଫଟୋ ଥିବା ଭୋଟରଙ୍କ ସଂଖ୍ୟା ମଧ୍ୟ ୯୯.୭୪% ରହିଛି । ଚଳିତବର୍ଷ ସମସ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଭୋଟର ପରିଚୟ ପତ୍ର ପଠାଇବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ସେହିପରି ଚୂଡ଼ାନ୍ତ ଭୋଟର ତାଲିକାରେ ଯଦି କିଛି ତ୍ରୁଟି ଥାଏ, ତା’ହେଲେ ଭୋଟରମାନେ ଚାହିଁଲେ ନିର୍ଦ୍ଧାରିତ ୱେବସାଇଟକୁ ଯାଇ ଆବଶ୍ୟକ ପ୍ରକ୍ରିୟାରେ ଏହି ସଂଶୋଧନ କରିପାରିବେ ।

 

Breaking News