ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦାୟିତ୍ଵ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଦାୟିତ୍ଵ ଗ୍ରହଣ କରିବା ପରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଆତ୍ମାହୁତି ପ୍ରସଙ୍ଗକୁ ନେଇ ସେ କହିଛନ୍ତି କେହି ଆଇନର ଉର୍ଦ୍ଧ୍ବରେ ନୁହଁନ୍ତି, ଅନୁଧ୍ୟାନ କରିବି। ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର। ମାତ୍ର କିଛି ସମୟ ହେବ ମୁଁ ଦାୟିତ୍ଵ ନେଇଛି, ସବୁ କିଛି ଅନୁଧ୍ୟାନ କରିବି। ତଦନ୍ତ ପରିସର ଭିତରେ ଯିଏ ଦୋଷୀ , ତାଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ। ବାଲେଶ୍ଵର ଆଦି ଘଟଣାରେ ସରକାର ତ୍ଵରିତ ପଦକ୍ଷେପ ନେଇଛନ୍ତି।






More Stories
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..
ଟୁରିଷ୍ଟ ବସ୍ ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..