ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ଉତ୍ପତିସ୍ଥଳ କୁହାଯାଉଥିବା ଚୀନର ଉହାନ ଏବେ ଆଉ ଏକ ମହାମାରୀ ଭୂତାଣୁକୁ ଚର୍ଚ୍ଚାରେ ରହିଛି । ବୈଜ୍ଞାନିକ ମାନେ ଏନେଇ ଚେତାବନୀ ଦେଇଥିବା ବେଳେ, ସାମ୍ନାକୁ ଆସିଛି ଆଉ ଏକ ଭୟଙ୍କର ଭାଇରସ । ଯାହାର ନାଁ ରହିଛି ନିଓ କୋଭ । ଏହା ଅଧିକ ସଂକ୍ରାମକ ଓ ଅଧିକ ପ୍ରାଣ ଘାତି । ଏହି ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବା ସହ ବହୁ ଲୋକଙ୍କ ଜୀବନ ନେଇପାରେ ବୋଲି କୁହାଯାଉଛି । ପ୍ରତି ୩ ଜଣ ସଂକ୍ରମିତଙ୍କ ଭିତରୁ ଜଣଙ୍କର ହୋଇପାରେ ମୃତ୍ୟୁ । ସୂଚନା ମୁତାବକ ଦକ୍ଷିଣ ଆଫ୍ରିକାରେ ନିଓ କୋଭ ଭୂତାଣୁ ଚିହ୍ନଟ ହୋଇଛି । ଉହାନର ବୌଜ୍ଞାନିକ ମାନେ ଏନେଇ ମଧ୍ୟ ରିସର୍ଚ୍ଚ କରୁଛନ୍ତି । ବୈଜ୍ଞାନିକଙ୍କ କହିବା ଅନୁସାରେ ଏଥିରେ ମୃତ୍ୟୁ ଓ ସଂକ୍ରମଣର ହାର ଢେର ଅଧିକ ରହିପାରେ ।






More Stories
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..
ଦିଲ୍ଲୀ ସାଧନଗରରେ ଅଗ୍ନିକାଣ୍ଡ:୩ ଜଣ ଶିଶୁଙ୍କ ସମେତ ୭ ମୃତ…..