ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୁଲାଇ ୧୮ ତାରିଖ ଦିନ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଥିବା ବିରୋଧୀ ଦଳଙ୍କ ଦ୍ବିତୀୟ ସମାବେଶରେ ସୋନିଆ ଗାନ୍ଧୀ ଓ ରାହୁଲ୍ ଗାନ୍ଧୀ ଅଂଶ ଗ୍ରହଣ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏହି ସମାବେଶକୁ ‘ଆମ୍ ଆଦ୍ମି ପାର୍ଟି’ ସମେତ ୨୪ଟି ରାଜନୈତିକ ଦଳଙ୍କୁ ଆମନ୍ତ୍ରଣ କରାଯାଇଛି। ସମାବେଶର ଦିନକ ପୂର୍ବରୁ ସୋନିଆ ଗାନ୍ଧୀ ବିରୋଧୀ ଦଳର ନେତାମାନଙ୍କୁ ଏକ ଡିନର୍କୁ ଆମନ୍ତ୍ରଣ କରିବାର ସମ୍ଭାବନା ଅଛି। ୨୦୨୪ ଜାତୀୟ ନିର୍ବାଚନରେ ‘ବିଜେପି’ ବିରୋଧରେ ମିଳିତ ପ୍ରତିଦ୍ବନ୍ଦ୍ବିତା ଲାଗି ଚାଲିଥିବା ପ୍ରଚେଷ୍ଟାରେ ଏହା ହେଉଛି କଂଗ୍ରେସର ଭୂମିକା।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……