ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନର ପ୍ରତାପଗଡ଼଼ ଜିଲ୍ଲାରେ ଜଣେ ଗର୍ଭବତୀ ମହିଳାଙ୍କୁ ମାଡ଼ ମାରିବା ଏବଂ ଉଲଗ୍ନ କରି ବୁଲାଇବା ଘଟଣାରେ ଜାତୀୟ ମାନବାଧିକାର କମିଶନ୍ ରାଜସ୍ଥାନ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ଘଟଣାରେ ଆସନ୍ତା ୪ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ବିବରଣୀ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟ ସହିତ ଏତଲା ପଞ୍ଜିକରଣ, ପୁଲିସ୍ ପଦକ୍ଷେପ ଓ ଗରିଫ୍ଦାରି ସମ୍ପର୍କରେ ମଧ୍ୟ ରିପୋର୍ଟ ଦେବାକୁ କୁହାଯାଇଛି। ସମ୍ପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ସହାୟତା ସମ୍ପର୍କରେ ମଧ୍ୟ ଜାତୀୟ ମାନବାଧିକାର କମିଶନ୍ ତଥ୍ୟ ମାଗିଛନ୍ତି। ଏହି ଘଟଣାରେ କମିଶନ୍ ନିଜ ଆଡ଼ୁ ରିପୋର୍ଟ ତଲବ କରିଛନ୍ତି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..