Report Card Odisha

| Daily Odia News

ରାଜ୍ୟରେ ୩୩ % ଓମିକ୍ରନ ଆକ୍ରାନ୍ତ ଚିହ୍ନଟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ହାରାହାରି ୩୩ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସଂକ୍ରମଣ ତଳ ଉପର ହେଉଛି। କିନ୍ତୁ ଯେଉଁ ଟ୍ରେଣ୍ଡ ଦେଖାଯାଉଛି ସଂକ୍ରମଣ କମୁଛି ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓମି ସିୟର କିଟରେ ହାରାହାରି ୩୧୬୬୬ ଜଣଙ୍କର ସାମ୍ପୁଲ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୧୭୨୯ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୭୬ ଜଣ ଓମିକ୍ରନ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ହାରାହାରି ୩୩ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଓମି କ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କେତେ ତାହା ଜିନମ ସିକ୍ୟୁନସିଂ ଡାଟା ଏବଂ ଓମିସିୟର କିଟର ଡାଟାକୁ ମିଳିତ ଭାବରେ ଅନୁଧ୍ୟାନ କରିବା ପରେ ଜଣାପଡିବ। ସେହିପରି ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି। ସାମଗ୍ରିକ ଭାବରେ ପରିସ୍ଥିତିକୁ ଦେଖି ନିଷ୍ପତି ନିଆଯିବ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଯାହା ନିର୍ଦେଶ ଦେଇଛନ୍ତି ସେହି ଅନୁସାରେ ସରକାର ହାତକୁ ନେବେ। ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ବର୍ତ୍ତମାନ ଡେଲ୍‌ଟା ଉପସ୍ଥିତି ରହିଛି, ସେହି କାରଣରୁ ମୃତ୍ୟୁ ହେଉଛି। ବର୍ତ୍ତମାନ ଡେଲ୍‌ଟା ଆଧିପତ୍ୟ ବିସ୍ତାର କରି ରହିଛି।

Breaking News