ରିପୋର୍ଟ କାର୍ଡ / ଭଦ୍ରକ
ଅନଲାଇନ ଗେମ ମୁହାଁ ଆଜିର ଯୁବପିଛି | ଏଥି ପାଇଁ ଚାଲିଯାଉଛି କେତେ ଜୀବନ | ନାଅଛି ଶରୀର, ନା ଅଙ୍ଗପ୍ରତ୍ୟଙ୍ଗ, ଅଛି ତ କେବଳ ଦେହାବଶେଷ। ତାହା ପୁଣି ଏକ ଗଳିତ ଖପୁରୀ। ଚିହ୍ନିବା, ଜାଣିବା ବି ମୁସ୍କିଲ ଯେ, କାହାର ଏ ନରକଙ୍କାଳ ? ପାରିପାର୍ଶ୍ୱିକ ସ୍ଥିତି, ପୋଲିସର ପ୍ରାଥମିକ ତଦନ୍ତ ଏବଂ ଜଣେ ନିଖୋଜ ଯୁବକଙ୍କ ସମ୍ପର୍କୀୟଙ୍କ ସୂଚନା ଆଧାରରେ ଯେଉଁ ସତ ସାମ୍ନାକୁ ଆସିଛି, ଲୋକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ନିଖୋଜର ପ୍ରାୟ ୨ ମାସ ପରେ ଭଦ୍ରକ ଜିଲ୍ଲା ହାତିବାଡି ଗାଁର ଖଗେଶ୍ୱର ନାୟକଙ୍କୁ ନେଇ ଏବେ ଚର୍ଚ୍ଚା। ଘରଠାରୁ ଅଳ୍ପ ଦୂର ଏକ ଜଙ୍ଗଲିଆ ସ୍ଥାନରୁ ଉଦ୍ଧାର ହୋଇଥିବା ଝୁଲନ୍ତା ଖପୁରୀ ଖଗେଶ୍ୱରଙ୍କ ବୋଲି ସନ୍ଦେହ କରାଯାଉଛି। ତାଙ୍କ ମୃତ୍ୟୁ ପଛରେ ଅନ୍ଲାଇନ୍ ଗେମ୍ ବୋଲି ସନ୍ଦେହ କରାଯାଉଛି। ସେ ଫ୍ରି-ଫାୟାର ଗେମ୍ ସହ ଅନ୍ୟସବୁ ଅନ୍ଲାଇନ୍ ଗେମ୍ ଖେଳୁଥିଲେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦେହୁଡି ଆନନ୍ଦପୁର ଅଞ୍ଚଳରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। ପାରିପାର୍ଶ୍ୱିକ ସ୍ଥିତି, ପୋଲିସର ପ୍ରାଥମିକ ତଦନ୍ତ ଏବଂ ସମ୍ପର୍କୀୟଙ୍କ ସୂଚନା ଆଧାରରେ ଏହା ୧୯ ବର୍ଷୀୟ ଖଗେଶ୍ୱରଙ୍କ ବୋଲି ସନ୍ଦେହ କରାଯାଉଛି। ଖଗେଶ୍ୱରଙ୍କ ଦାଦା ବାଡିକୁ ବାଉଁଶ କାଟିବା ପାଇଁ ଯାଇଥିବା ବେଳେ ଏକ ଝୁଲନ୍ତା ଖପୁରୀ ଦେଖିଥିଲେ। ଏହାପରେ ସେ ଜୋତା ଓ ଅନ୍ୟାନ୍ୟ କପଡ଼ା ସେଠାରେ ପଡିଥିବା ଦେଖିବାକୁ ପାଇଥିଲେ। ଜୋତା ଓ କପଡ଼ା ଦେଖି ଏହି ନରକଙ୍କାଳ ନିଖୋଜ ଖଗେଶ୍ୱରଙ୍କ ବୋଲି ସନ୍ଦେହ କରାଯାଉଛି। ଏହି ଆଧାରରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……