Report Card Odisha

| Daily Odia News

ତୈଳ ବିଶୋଧନାଗାରରେ ବିସ୍ଫୋରଣ,୫୦ରୁ ଅଧିକ ଲୋକ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦକ୍ଷିଣ ପୂର୍ବ ନାଇଜେରିଆର ଏକ ବେଆଇନ ତୈଳ ବିଶୋଧନାଗାରରେ ବିସ୍ଫୋରଣ ଘଟି ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟି ଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସରକାରୀ ତଥ୍ୟ ମୁତାବକ ମୃତକଙ୍କ ସଂଖ୍ୟା ୫୦ରେ ପହଞ୍ଚିଥିବାବେଳେ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୧୦୦ରୁ ଅଧିକ ହୋଇପାରେ | କୁହାଯାଉଛି ଯେ ବିସ୍ଫୋରଣ ହେତୁ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଆଏମୋ ରାଜ୍ୟ ସୂଚନା କମିଶନର ଡିକ୍ଲାନ ଆମେଲୁମ୍ବା କହିଛନ୍ତି ଯେ ଦୁଇଟି ବେଆଇନ ତୈଳ ବିଶୋଧାନାଗାରରେ ବିସ୍ଫୋରଣ ହୋଇଛି | ବିସ୍ଫୋରଣର କାରଣ ଜଣାପଡ଼ିନଥିବାବେଳେ ଏବେ ଏହାର ତଦନ୍ତ ଚାଲିଛି | ସୂଚନା କମିଶନର ଆମେଲୁମ୍ବା କହିଛନ୍ତି ଯେ ଯେଉଁଠାରେ ବିସ୍ଫୋରଣ ଘଟିଥିଲା ​​ସେହି ରିଫାଇନାରୀ ବେଆଇନ ହୋଇଥିବାବେଳେ ଏହି ଘଟଣାରେ ନିହତ ହୋଇଥିବା ସମସ୍ତ ବ୍ୟକ୍ତି ଅପରେଟର ବୋଲି ଜଣାପଡିଛି | ପୁଲିସ ପକ୍ଷରୁ କୁହାଯାଇଛି ଯେ ବିସ୍ଫୋରଣ ପରେ ରିଫାଇନାରୀର ମାଲିକଙ୍କୁ ଏବେ ଖୋଜାଯାଉଛି | ସୂଚନା ଅନୁଯାୟୀ, ନାଇଜେରିଆରେ ବେଆଇନ ରିଫାଇନାରୀ କିଛି ନୂଆ ନୁହେଁ। ନାଇଜେରିଆ ଆଫ୍ରିକାରେ ସର୍ବାଧିକ ଅଶୋଧିତ ତୈଳ ଉତ୍ପାଦନ କରୁଥିଲେ ବି ଏଠାରେ ଖୁବ୍ କମ୍ ବିଶୋଧନାଗାର ଅଛି | ଏହି କାରଣରୁ ପେଟ୍ରୋଲ ଏବଂ ଅନ୍ୟାନ୍ୟ ଇନ୍ଧନ ଆମଦାନୀ ହୋଇଥାଏ | ବେଆଇନ ବ୍ୟବସାୟୀମାନେ ଏହାର ଫାଇଦା ଉଠାନ୍ତି ଏହି ବ୍ୟବସାୟୀମାନେ ପ୍ରାୟତଃ ଦୁର୍ଗମ ଅଞ୍ଚଳରେ ରିଫାଇନାରୀ ସ୍ଥାପନ କରନ୍ତି, ଯେଉଁସ୍ଥାନକୁ ପୁଲିସ ଏବଂ ଅଧିକାରୀମାନେ ଯାଇପାରିନଥାନ୍ତି | ଏଭଳି ବେଆଇନ ବିଶୋଧନାଗାର ପାଇଁ ନାଇଜେରିଆରେ ଅଶୋଧିତ ତୈଳ ଉତ୍ପାଦନରେ ବଡ କ୍ଷତି ହୋଇଥାଏ |

Breaking News