ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଏହା ଭିତରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ | ଆସନ୍ତା କାଲି ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢ଼ିବାରୁ ନିଆଯାଇଛି ଏଭଳି ନିଷ୍ପତ୍ତି। ଶପିଂ ମଲ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଏହି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ରାଜ୍ୟବାସୀ କୋଭିଡ୍-୧୯ ନିୟମ ନ ମାନିଲେ ଆହୁରି କଠୋର କଟକଣା ଲାଗୁ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଠାକରେ। କୌଣସି ଜିଲାରେ ଲକ୍ଡାଉନର ଆବଶ୍ୟକତା ହେଲେ ଜିଲା ମୁଖ୍ୟ ନିଷ୍ପତ୍ତି ନେଇପାରିବେ।






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
BCIକୁ CJIଙ୍କ ପରାମର୍ଶ…..