ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗୃହମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଦିନକ ପୂର୍ବରୁ ଶ୍ବେତପତ୍ର ନ ଦିଆଯିବା ଅଭିଯୋଗ କରି ବାଚସ୍ପତି ଏହାକୁ ସ୍ବାଧିକାର ଭଙ୍ଗ କମିଟିକୁ ପଠାଇବା ପାଇଁ ବାଚସ୍ପତିଙ୍କ ପାଖରେ ସେ ଦାବି କଲେ। ଗୃହ ବିଭାଗର ଖର୍ଚ୍ଚ ଦାବି ୨୨ ତାରିଖରେ ଆଲୋଚନା ହେବା କଥା କାର୍ଯ୍ୟ ପରାମର୍ଶ ଦାତା କମିଟି ବୈଠକ ଡକାଇ ୨୬ ତାରିଖକୁ ଘୁଞ୍ଚାଇ ଦେଲେ । ଏହା ପଛରେ ବିଧାନସଭାରେ ଏକ ଚକ୍ରାନ୍ତ କରାଯାଇଥିବା ଅଭିଯୋଗ କରିଛନ୍ତି ସନ୍ତୋଷ ସିଂ ସାଲୁଜା । ସେହିପରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଖରାପ ଥିବାରୁ କିଭଳି ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇପାରିବ ନାହିଁ ସେ ନେଇ ଚକ୍ରାନ୍ତ ହୋଇଥିଲା । ତେବେ ମନ୍ତ୍ରୀ ଏ ପ୍ରସଙ୍ଗରେ ଉତ୍ତର ରଖି କହିଛନ୍ତି ୨୨ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ସେଠି ମୁଖ୍ୟମନ୍ତ୍ରୀ ବ୍ୟସ୍ତ ରହିଥିଲେ । ଯେଉଁଥିପାଇଁ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାକୁ ଘୁଞ୍ଚାଯାଇଥିଲା । ଏହା ପଛରେ କୌଣସି ଚକ୍ରାନ୍ତ ନଥିଲା ।
More Stories
ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବ ନାହିଁ,କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ସମାନ…..
ଦୁର୍ଗାପୂଜାରେ ଲେଜର ଲାଇଟ ଓ ଫାୟାର ଗନ ମନା….
ନିର୍ମାଣ ହେବ ୧୧ ଏମଏସଏମଇ ପାର୍କ…..