ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ କଟକଣାକୁ ହଟାଇ ଦିଆଯାଇଛି | ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି । କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କଟକଣା କୋହଳ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଥିଲା । ରାତି ୧୦ରୁ ସକାଳ ୫ଟା ଯାଏଁ ଚାଲିଥିଲା ନାଇଟ୍ କର୍ଫ୍ୟୁ ।
ସୂଚନା ଅନୁସରେ – ଆଜି ୬୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୯୩ ଓ ସ୍ଥାନୀୟ ଅଞ୍ଚଳରୁ ୨୭୮ ଜଣ ଚିହ୍ନଟ ହୋଇଛନ୍ତି |
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..