Report Card Odisha

| Daily Odia News

ଆଜିଠାରୁ ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପୁଣି କରୋନା ଡରାଇଲାଣି | ଦୈନନ୍ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | କରୋନା ସଂକ୍ରମଙ୍କୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି | ଓଡ଼ିଶାରେ ଆଜିଠୁ ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ପଶ୍ଚିମ ଓଡ଼ିଶାର ୭ଟି ଓ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ପାଇଁ ପ୍ରସ୍ତୁତ କରିଛି ଜିଲ୍ଲା ପ୍ରଶାସନ । ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗିର। ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି ୧୦ ଜିଲ୍ଲାରେ କଟକଣା ଲାଗୁ ହେବ। ଏହି ସମୟରେ ଜରୁରୀ କାମ ନ ଥାଇ ଘରୁ ବାହାରିଲେ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ନାଇଟ୍‌ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ। ଅନ୍ୟପକ୍ଷେ, ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ କୌଣସି ଦିନ ବେଳେ କର୍ଫ୍ୟୁର ଯୋଜନା ନାହିଁ। ଏବେ କୋଭିଡ୍ ସଂକ୍ରମଣ ସ୍ଥିତି ବହୁତ ପରିମାଣରେ ନିୟନ୍ତ୍ରଣରେ ଅଛି। ତଥାପି ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସ୍ପଷ୍ଟ କରିଛନ୍ତି। ଏକ ଟ୍ୱିଟ୍ କରି ସେ ଏହି ସ୍ପଷ୍ଟୀକରଣ ରଖିଛନ୍ତି। ବର୍ତ୍ତମାନ ବଢ଼ି ଚାଲିଥିବା କୋଭିଡ୍ ସଂକ୍ରମଣକୁ ଦେଖି ବାଚସ୍ପତି ଡେ’ କର୍ଫ୍ୟୁ ଜାରି ନେଇ ୪/୫ ଦିନ ଭିତରେ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଥିଲେ। ଏନେଇ ଗଣମାଧ୍ୟମରେ ରିପୋର୍ଟ ପରେ ଏସ୍‌ଆର୍‌ସି ଟ୍ୱିଟ୍‌ କରି ଡେ’ କର୍ଫ୍ୟୁର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଲୋକମାନେ କୋଭିଡ୍ ନିୟମ ମାନିବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି।

Breaking News