ରିପୋର୍ଟ କାର୍ଡ / ପୁରୀ
ସରିଲା ଶ୍ରୀଜିଉଙ୍କର ଅଧରପଣା ନୀତି ଆଜି ହେଉଛି ନୀଳାଦ୍ରି ବିଜେ। ରଥ ଉପରୁ ରତ୍ନସିଂହାସନକୁ ବିଜେ କରିବେ ମହାପ୍ରଭୁ। ରଥାରୁଢ଼ ଚତୁର୍ଦ୍ଧାମୂତ୍ତି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ପ୍ରବେଶ କରିବେ। ରଥ ଉପରେ ବିଭିନ୍ନ ନୀତିକାନ୍ତି ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ଶ୍ରୀଜିଉଙ୍କର ପହଣ୍ଡି। ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ଉଭଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ଯାତ୍ରା କରିଥିଲେ। ସାଙ୍ଗରେ ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ନେଇ ନଥିଲେ । ଏଥିପାଇଁ ସେ ଅଭିମାନ କରିଛନ୍ତି। ନୀଳାଦ୍ରିବେଜି ନୀତି ଅବସରରେ ଆଜି ରସଗୋଲ ଦେଇ ମାଆ ଲକ୍ଷ୍ମୀଙ୍କର ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର। ଜୟ ବିଜୟ ଦ୍ବାରରେ ମହାଲକ୍ଷ୍ମୀଙ୍କର ଅଭିମାନକୁ ଭଞ୍ଜନ କରିବା ପାଇଁ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ପାଟ ଶାଢି ସହ ରସଗୋଲା ଦେବାର ବିଧି ରହିଛି।






More Stories
ରତ୍ନଭଣ୍ଡାର ଗଣତି ବୈଠକ…..
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..