Report Card Odisha

| Daily Odia News

ଜନ୍ମମାଟିରେ ପହଞ୍ଚିଲା ଶହୀଦ ଯବାନଙ୍କ ପାର୍ଥିବ ଶରୀର……

ରିପୋର୍ଟ କାର୍ଡ / ପୁରୀ

ମେଘାଳୟରେ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିଛି । ଶହୀଦ ପ୍ରତାପଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଲୋକଙ୍କ ଭିଡ଼ ଜମିଛି। ପୁରୀ ଜିଲ୍ଲା ଗୋପ ବ୍ଲକ ପୈତୃକ ଗାଁ ମଲ୍ଲଗାଁରେ ଆଜି ହେବ ପ୍ରତାପଙ୍କ ଶେଷକୃତ୍ୟ । ପ୍ରତାପଙ୍କ ଶହୀଦ ହେବା ଖବର ପାଇବା ପରେ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଶହୀଦ ପ୍ରତପଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ସେଥିପାଇଁ CBI ତଦନ୍ତ ଦାବି କରିଛନ୍ତି ଶହୀଦଙ୍କ ପରିବାର । ପ୍ରତାପ ବିଏସଏଫର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିଲେ ।

Breaking News