ରିପୋର୍ଟ କାର୍ଡ / କଟକ
ଦଶହରା ନବରାତ୍ର ଉପଲକ୍ଷେ ନଅଦିନ ବ୍ୟାପୀ ଯୋଗ ଭଟ୍ଟି ଶିବିର ବକ୍ସି ବଜାର ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ ହୋଇଛି l ବି କେ ଛୋଟୁ, ବରଦା ଦାସ ଅତିଥି ଭାବେ ଯୋଗ ଦେଇ ସମସ୍ତ ଭାଇ ଭଉଣୀଙ୍କୁ ଚନ୍ଦନ ଟିପା ଓ ମୁକୁଟ ପିନ୍ଧ।ଇ ଶିବିର ସମ୍ପର୍କରେ ଭାଷଣ ଦେଇ ବହୁ ସଂଖ୍ୟାରେ ଉପକୃତ ପାଇଁ କହିଥିଲେ l ପରେ ଆଶ୍ରମ ମୁଖ୍ୟ ବି କେ ଝୁନୂ ଦୀର୍ଘ ଦୁଇ ଘଣ୍ଟା ଧ୍ୟାନଶିବିର ପରିଚାଳନା କରି ମୁରଲୀ ପାଠ କରି ଥିଲେ । ବି କେ ରମେଶ, ବି କେ ପ୍ରତିମା , ସୁଶାନ୍ତ ଆଦି ସହାୟତା କରିଥିଲେ । ଉକ୍ତ ଯୋଗ ଶିବିର ଆସନ୍ତା ଦଶ ତାରିଖ ଯାଏଁ ନିୟମିତ ଆୟୋଜିତ ହେବ l






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……