Report Card Odisha

| Daily Odia News

ଆମେରିକା ସହରରେ ଗୁଳିକାଣ୍ଡ,୯ ମୃତ,୨୪ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶନିବାର ରାତି ଏବଂ ରବିବାର ସକାଳେ ୩ଟି ଆମେରିକୀୟ ସହରରେ ଗୁଳିକାଣ୍ଡ ଯୋଗୁଁ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ରୁ ଅଧିକ ଆହତ ହୋଇଥିବା ଗଣମାଧ୍ୟମ ରିପୋର୍ଟ ରୁ ପ୍ରକାଶ ପାଇଛି। ଫିଲାଡେଲ୍‌ଫିଆରେ ୨ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଗୁଳିକାଣ୍ଡ ଘଟିବାରୁ ଜନଗହଳି ହୋଇଥିବା ଗୋଟାଏ ବାର୍‌ ଏବଂ ରେସ୍ତୋରାଁରେ ୩ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୨ଜଣ ଆହତ ହୋଇଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସେହିପରି ଶନିବାର ମଧ୍ୟରାତ୍ରୀ ପରେ ଟେନେସି ଅନ୍ତର୍ଗତ ଚଟାନୁଗା ଏକ ବାର୍‌ରେ ଗୁଳିକାଣ୍ଡ ଘଟିବାରୁ ୩ଜଣଙ୍କର ମୃତ୍ୟୁ ଘଟିବା ସହ ୧୪ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଏହାଛଡ଼ା, ରବିବାର ପ୍ରତ୍ୟୁଷରେ ମିଚିଗାନ୍‌ର ସାଗିନରେ ଆଉ ଏକ ଗୁଳିକାଣ୍ଡ ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨ଜଣ ଆହତ ହୋଇଛନ୍ତି ବୋଲି ପୋଲିସ ବିବୃତିରୁ ଉଦ୍ଧାର କରି ‘ୱେଇ’ ଟେଲିଭିଜନ୍‌ ରିପୋର୍ଟ କରିଛି। କିନ୍ତୁ, ଉପରୋକ୍ତ ୨ଟି ଘଟଣାରେ ଗୁଳିକାଣ୍ଡରେ ସମ୍ପୃକ୍ତ ନ ଥିବା ସାଧାରଣ ଜନତା ମୃତାହତ ହୋଇଥିବା ବେଳେ ମିଚିଗାନ୍‌ ଘଟଣାର ସମସ୍ତ ବ୍ୟକ୍ତି ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ କହିଛି। କିନ୍ତୁ, ୩ଟିଯାକ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା କୌଣସି ସନ୍ଦିଗ୍ଧଙ୍କୁ ରବିବାର ସନ୍ଧ୍ୟା ସୁଦ୍ଧା କାହାକୁ ହାଜତ ଅଣାଯାଇ ନାହିଁ।

 

Breaking News