Report Card Odisha

| Daily Odia News

ଡରାଉଛି ନିପା ଭାଇରସ୍, ନେଲାଣି ୨ ମୁଣ୍ଡ…….

Virus infection on brain. 3d illustration

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚିନ୍ତା ବଢ଼ାଇଛି ନିପା ଭାଇରସ୍ । କେରଳ କୋଜିକୋଡରେ ନିପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେଠାକୁ ଏକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍ ପଠାଇଛନ୍ତି। ଅଗଷ୍ଟ ୩୦ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୧୧ରେ ଆଉ ଜଣେ ରୋଗୀଙ୍କର ଜୀବନ ଯାଇଛି। ଏମାନେ ନିପାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ସେପ୍ଟେମ୍ବର ୧୧ରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କର ଜଣେ ୯ ବର୍ଷର ପିଲା ଏବଂ ୨୪ ବର୍ଷିୟ ଜଣେ ସମ୍ପର୍କୀୟ ନିପାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଭୂତାଣୁ ବ୍ୟାପୁଥିବା ଆଶଙ୍କା କରାଯାଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେଠାକୁ ଏକ ବିଶେଷଜ୍ଞ ଟିମ୍ ପଠାଇଛନ୍ତି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, ପୁନେରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପାଞ୍ଚଟି ନମୁନା ପଠାଯାଇଛି। ସେପ୍ଟେମ୍ବର ୧୧ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମେତ ପାଞ୍ଚ ଜଣଙ୍କ ମଧ୍ୟରୁ ତିନିଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାକୁ ଭିତ୍ତି କରି ଅଗଷ୍ଟ ୩୦ରେ ମୃତ୍ୟୁ ଘଟିଥିବା ପ୍ରଥମ ବ୍ୟକ୍ତି ମଧ୍ୟ ଭୂତାଣୁ ପଜିଟିଭ ହୋଇଥିବେ ବୋଲି କୁହାଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Breaking News