ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସରେ ରହିବି, କିନ୍ତୁ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରଖିବି । ନିରଞ୍ଜନଙ୍କ ବର୍ତ୍ତମାନ ପିସିସି ସଭାପତି ପଦ ଛାଡି ଦେବା କଥା । କାରଣ ଏବେ ତାଙ୍କର ବୟସ ହେଇଗଲାଣି । ଜଣେ ମହିଳା ଜିଲ୍ଲା ସଭାପତିଙ୍କ ସହ କେମିତି ବ୍ୟବହାର କରାଯାଏ ପିସିସି ସଭାପତି ଜାଣିନାହାନ୍ତି । ବିବାଦ ସମାଧାନ କରିବା ବଦଳରେ ବିବାଦ ବଢାଉଛନ୍ତି ନିରଞ୍ଜନ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ତାରାପ୍ରସାଦ ବାହିନୀପତି। କରୋନାରୁ ସୁସ୍ଥ ହେବା ପରେ ଏବେ ସକ୍ରିୟ ରାଜନୀତିକୁ ଫେରିଛନ୍ତି ତାରା । ଏହା ମଧ୍ୟ କହିଛନ୍ତି ବିଜେଡି ବିଧାୟକ ମାନେ ନବୀନ ପଟ୍ଟନାୟକଙ୍କ ନାଁରେ ଜିତିଥାନ୍ତି । ଆଉ ବିଜେପିରେ ମୋଦିଙ୍କ ନାଁରେ ଜିତିଥାନ୍ତି । କିନ୍ତୁ କଂଗ୍ରେସ ବିଧାୟକ ନିରଞ୍ଜନଙ୍କ ନାଁରେ ଜିତନ୍ତି ନାହିଁ । ସେହିପରି ସରକାରଙ୍କ ଅନେକ ଯୋଜନା ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ତାରା । ସେ କହିଛନ୍ତି ଗରିବଙ୍କ ସ୍ବାସ୍ଥ୍ୟକୁ ନେଇ ବିଜେଡି ବିଜେପି ରାଜନୀତି ନ କରନ୍ତୁ । ଓଡିଶାରେ କୌଣସି ସରକାରୀ କି ଘରୋଇ ମେଡିକାଲରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାମ କରୁନି । ଅନ୍ୟ ରାଜ୍ୟରେ ଅୟୁଷ୍ମାନ ଯୋଜନା କାମ କରୁନି । କେବଳ ଭୋଟ ବ୍ୟାଙ୍କ ପାଇଁ ଏସବୁ ଯୋଜନା ଚାଲିଛି ବୋଲି ତାରା କହିଛନ୍ତି । ସେପଟେ କୋଟିଆ ପ୍ରସଙ୍ଗରେ ବି ତାରା ମନ୍ତବ୍ୟ ରଖିଛନ୍ତି । ତାରା ଦମ୍ଭୋକ୍ତି ଦେଖାଇ କହିଛନ୍ତି ଭୟରେ ଆନ୍ଧ୍ର କୋଟିଆରେ ପଶି ପାରୁ ନଥିଲା । ଏବେ ନିଜ ଅସ୍ତିତ୍ୱ ଦେଖେଇବା ପାଇଁ କିଛି ସ୍ଥାନରେ ଫଳକ ମାରିଛନ୍ତି । କେବଳ କୋର୍ଟ ଉପରେ ମାମଲା ଛାଡି ଦେଇ ଚୁପ ବସିଛନ୍ତି ରାଜ୍ୟ ସରକାର । ଆଗାମୀ ବିଧାନସଭାରେ ଏ ପ୍ରସଙ୍ଗ ଉଠିବ । ଜୋରଦାର ବିରୋଧ କରାଯିବ ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଭିଜିଲାନ୍ସ ଜାଲରେ ଏଏସଆଇ……
ମାସକୁ ଅଢେଇ ଲକ୍ଷ ପାଇବେ ବିଧାୟକ!…..