ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ଥିବା ମୁସଲିମ ସମ୍ପ୍ରଦାୟ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେମାନଙ୍କ ଅବସ୍ଥାରେ ବି ସୁଧାର ଆସୁଛି। ଭାରତରେ ମୁସଲିମମାନେ ଏକ ଆରାମଦାୟକ ଜୀବନ ବଞ୍ଚୁଥିବା ବେଳେ ପାକିସ୍ତାନ ମୁସଲିମଙ୍କ ଅପେକ୍ଷା ସେମାନଙ୍କ ସ୍ଥିତି ଖୁବ୍ ଭଲ ରହିଛି। ଆମ ଦେଶର ଜନସଂଖ୍ୟାର ଦ୍ୱିତୀୟ ନମ୍ବରରେ ମୁସଲମାନ ରହିଛନ୍ତି। ପାକିସ୍ତାନ ଏକ ମୁସଲିମ୍ବହୁଳ ଦେଶ । ଏହା ସତ୍ତ୍ୱେ ଉକ୍ତ ଦେଶର ମୁସଲିମଙ୍କ ଅପେକ୍ଷା ଆମ ଦେଶର ମୁସଲିମ୍ ସମ୍ପ୍ରଦାୟ ଲୋକେ ଅଧିକ ପ୍ରଗତି କରୁଛନ୍ତି। ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଥିବା ବେଳେ ସେଠାରେ ସେମାନଙ୍କ ଜୀବନକୁ ନର୍କ କରି ଦିଆଯାଉଛି। ସାମାନ୍ୟ ଅପରାଧରେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉଛି। ଭାରତର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଥିବା ବେଳେ ଭାରତର ସମାଲୋଚକଙ୍କୁ ଦେଇଛନ୍ତି କଡ଼ା ଜବାବ । ୱାଶିଂଟନ ଡିସିରେ ଇନଷ୍ଟିଚ୍ୟୁଟ ଫର ଇଣ୍ଟର ନ୍ୟାସନାଲ ଇକୋନମିକ୍ସ ଶୀର୍ଷକ ଆଲୋଚନାରେ ଭାଗ ନେଇ ସମାଲୋଚକଙ୍କୁ ଏପରି କଡ଼ା ଜବାବ ଦେଇଛନ୍ତି ସୀତାରମଣ । ଭାରତୀୟ ଅର୍ଥ ବ୍ୟବସ୍ଥା ଓ ବିକାଶ ଉପରେ ହୋଇଥିବା ଏହି ଆଲୋଚନାଚକ୍ରରେ ଭାରତର ଅପପ୍ରଚାର କରୁଥିବା ଲୋକଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ସୀତାରମଣ ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..