ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ନିତି ଆୟୋଗ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ବସୁଛି ଏହି ବୈଠକ |ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ସଶକ୍ତୀକରଣ ଏବଂ ଭିତ୍ତିଭୂମି ବିକାଶ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ। ନିତି ଆୟୋଗ କାଉନସିଲ୍ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଏବଂ ଅନେକ କେନ୍ଦ୍ର ମନ୍ତ୍ରୀ ସାମିଲ ଅଛନ୍ତି। ଉଲ୍ଲେଖଯୋଗ୍ୟ, ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ନିତି ଆୟୋଗ ବୈଠକରେ ଯୋଗ ଦେବେନାହିଁ ବୋଲି ପୂର୍ବରୁ ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଗାମୀ ନିତି ଆୟୋଗ ବୈଠକ ବର୍ଜନ କରିବେ। କେଜ୍ରିୱାଲ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। କେଜ୍ରିୱାଲ କହିଛନ୍ତି, ଯେଉଁଠି ସଂଘୀୟ ଶାସନ ବ୍ୟବସ୍ଥା ଏକ ପ୍ରହସନରେ ପରିଣତ ହୋଇଛି ସେଠି ନିତି ଆୟୋଗ ବୈଠକରେ ଯୋଗଦେବାର ଅର୍ଥ କ’ଣ ? ପ୍ରଧାନମନ୍ତ୍ରୀ କ’ଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁନାହାନ୍ତି କି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..