ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାଟନାର ଗାନ୍ଧୀ ମଇଦାନରେ ସେ ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ନୀତୀଶ କୁମାର। ତାଙ୍କ ସହ ଅନ୍ୟ ୨୬ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।ବିଜେପିର ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଆଜି ଶପଥ ନେବେ । ଶପଥ ନେବାକୁ ଥିବା ମନ୍ତ୍ରୀମାନେ ହେଲେ ଜେଡିୟୁର ଲେସି ସିଂହ , ଜମା ଖାନ , ମଦନ ସହନୀ , ବିଜୟ ଚୌଧୁରୀ , ଅଶୋକ ଚୌଧୁରୀ , ବିଜେନ୍ଦ୍ର ଯାଦବ , ଶ୍ରବଣ କୁମାର । ବିଜେପିର ଦିଲୀପ ଯଯଶବଲ, ନୀତିନ ନବୀନ, ମଙ୍ଗଲ ପାଣ୍ଡେ, ରାମକ୍ରିପାଲ ଯାଦବ, ସଞ୍ଜୟ ସିଂହ ଟାଇଗର , ଅରୁଣ ଶଙ୍କର ପ୍ରସାଦ , ସୁରେନ୍ଦ୍ର ମେହତା , ନାରାୟଣ ପ୍ରସାଦ , ରମା ନିଷାଦ , ଲକ୍ଷେନ୍ଦ୍ର ପାସ୍ଵାନ , ଶ୍ରେୟସୀ ସିଂହ , ବିଧାନ ପରିଷଦ ସଦସ୍ୟ ପ୍ରମୋଦ କୁମାର ଚନ୍ଦ୍ରବଂଶୀ । ଏଲଜେପିର ସଞ୍ଜୟ ପାସ୍ଵାନ ଓ ସଞ୍ଜୟ ସିଂହ , ଆରଏଲଏମର ଦୀପକ ପ୍ରକାଶ ଏବଂ ଏଚଏଏମର ସନ୍ତୋଷ ସୁମନ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଏନ୍ଡିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗଦେଇଛନ୍ତି। ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ବୁଧବାର ସର୍ବସମ୍ମତିକ୍ରମେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ନେତା ନିର୍ବାଚିତ ହୋଇଥିଲେ। ଏହା ପରେ ସେ ପାଟନାସ୍ଥିତ ରାଜଭବନରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ ପାଇଁ ଦାବି ଜଣାଇଥିଲ।






More Stories
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..
ବିଧାୟକଙ୍କ ପରଲୋକ…..
ଆଜି ବିହାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ନୀତୀଶ…..