Report Card Odisha

| Daily Odia News

ଆଜି ଶପଥ ନେବେ ନୀତୀଶ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିହାରରେ ଗଠନ ହେବ ନୂଆ ମହାମେଣ୍ଟ ସରକାର। ଆଜି ଶପଥ ନେବେ ନୀତୀଶ କୁମାର | ଅପରାହ୍ନରେ ଶପଥ ନେବେ ମହାଗଠବନ୍ଧନ ସରକାର-୨.୦। ରାଜଭବନରେ ଶପଥ ନେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ। ଏ ନେଇ ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି। ମହାଗଠବନ୍ଧନ ପାର୍ଟ-୨ ସରକାରରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି। ମନ୍ତ୍ରିମଣ୍ଡଳରେ କିଏ ସଦସ୍ୟ ରହିବ, ସେ ନେଇ ନିଷ୍ପତ୍ତି ନେବାକୁ ନୀତୀଶଙ୍କୁ ବିଶେଷ ଅଧିକାର ଦିଆଯାଇଛି। ସେପଟେ ବିଧାନସଭାର ବାଚସ୍ପତି ତେଜସ୍ୱୀଙ୍କ ଦଳ ଆରଜେଡି ଭାଗରେ ପଡ଼ିବ ବୋଲି ଜଣାପଡ଼ିଛି। ନୀତୀଶଙ୍କ ନୂଆ ସରକାରରେ କଂଗ୍ରେସ ଓ ବାମ ଦଳର ସଦସ୍ୟ ବି ସାମିଲ ହେବେ ବୋଲି ସୂଚନା ମିଳିଛି। ବିଜେପି ହାତ ଛାଡ଼ିବା ପରେ ନୀତିଶ ଗତକାଲି ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ମହାଗଠନବନ୍ଧନ ସରକାରକୁ ୭ଟି ଦଳର ସମର୍ଥନ ରହିଥିବା ବେଳେ ବିଧାନସଭାରେ ମେଣ୍ଟ ଦଳର ୧୬୪ ବିଧାୟକ ରହିଥିବା ନୀତୀଶ ସୂଚନା ଦେଇଥିଲେ।

Breaking News